ଓଡ଼ିଶାଲାଇଭ୍ ବ୍ୟୁରୋ
ଜଳୁଛି ଆମେରିକାର ଲସ ଆଞ୍ଜଲସ୍ ସହର। ନିଆଁରେ ପୋଡ଼ି ଜଳି ଗଲାଣି କୋଟି କୋଟି ଟଙ୍କାର ସମ୍ପତ୍ତି। ଘର ସବୁ ଜଳି ବାସହରା ହୋଇଗଲାଣି ଲୋକେ। ତଥାପି ଥମୁନି ନିଆଁ। ପବନ ବେଗ ଅଧିକ ଥିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟ ହେଉଛି। ଇତିମଧ୍ୟରେ ଭାରତର ଜମ୍ମୁ କଶ୍ମୀରରେ ମଧ୍ୟ ଲସ ଆଞ୍ଜେଲସ୍ ପରି ନିଆଁ ଦେଖିବାକୁ ମିଳିଛି।
ଜମ୍ମୁ କଶ୍ମୀରର କିସ୍ତୱାଡରେ ଏବେ ଭୟଙ୍କର ଥଣ୍ଡା। ସବୁଠାରୁ ଆଶ୍ଚର୍ଯ୍ୟର କଥା ମାଇନସ୍ ୧୦ ଡିଗ୍ରୀ ତାପମାତ୍ରା ଯୁକ୍ତ ଶୀତରେ ବି ଏଠାରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ। ନିଆଁରେ ଜଳିଗଲା ଦୁଇଟି ଗାଁ। ଜମ୍ମୁ-କଶ୍ମୀରର କିସ୍ତୱାଡରେ ହଠାତ୍ ହୋଇଥିବା ଅଗ୍ନିକାଣ୍ଡ ଆଣି ଦେଇଛି ଭୟଙ୍କର ବିପର୍ଯ୍ୟୟ।
ଜମ୍ମୁ କଶ୍ମୀରର କିସ୍ତୱାଡରେ ଏବେ ସାରା ଅଞ୍ଚଳ ଏବେ ବରଫ ଚାଦରରେ ଢାଙ୍କି ହୋଇ ରହିଛି। ଏମିତି ପରିସ୍ଥିତିରେ ସୋମବାର ଏଠାରେ ବଡ଼ଧରଣର ଅଗ୍ନିକାଣ୍ଡ ଘାଟି ସମଗ୍ର ଅଞ୍ଚଳକୁ ଧୂଆଁମୟ କରି ଦେଇଛି। କିସ୍ତୱାଡ ଜିଲ୍ଲାର ବାଡବନ ଥାନା ଅଧୀନସ୍ଥ ମାର୍ଗୀ ଏବଂ ମାଲବନ ଗାଁରେ ଲାଗିଛି ନିଆଁ। ଅଗ୍ନିକାଣ୍ଡର କାରଣ ଏ ଯାଏ ଜଣାପଡ଼ିନାହିଁ। ସ୍ଥାନୀୟ ଲୋକେ ନିଆଁକୁ ନିୟନ୍ତ୍ରଣ କରିବାକୁ ପ୍ରାଣପଣେ ଚେଷ୍ଟା କରି ଏଥିରେ ବିଫଳ ହୋଇଛନ୍ତି।
ଅଗ୍ନିକାଣ୍ଡରେ ଅନେକ ଘର ଜଳି ପାଉଁଶ ହୋଇଯାଇଛି। ଏଥିରେ ଶହଶହ ଲୋକ ପ୍ରଭାବିତ ହୋଇଛନ୍ତି। ଲୋକମାନେ ନିଜ ଜୀବନକୁ ମରଣ ମୁହଁରେ ପକାଇ ଅନ୍ୟକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ସବୁଠାରୁ ଆଶ୍ଚର୍ଯ୍ୟ କଥା, ଏହି ଅଞ୍ଚଳରେ ପୂର୍ବରୁ ବି ନିଆଁ ଲାଗିବାର ନଜିର ରହିଛି।
ଏହାପୂର୍ବରୁ ୨୦୨୪ ଅକ୍ଟୋବର ମାସରେ ମଧ୍ୟ କିସ୍ତବାଡ ଜିଲ୍ଲାର ମାଲବନ ଗାଁରେ ନିଆଁ ଲାଗି ଯାଇଥିଲା। ଏହି ଭୟଙ୍କର ନିଆଁରେ ୭୦ରୁ ଅଧିକ ଘର ଜଳି ପାଉଁଶ ହୋଇ ଯାଇଥିଲା। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜଣଙ୍କ ଘରେ ନିଆଁ ଲାଗିବା ପରେ ଏହା ଆଖପାଖ ଘରକୁ ବ୍ୟାପି ଯାଇଥିଲା। ତା ପରେ ଚାହୁଁ ଚାହୁଁ ପୁରା ଗାଁ ଜଳି ଯାଇଗଲା।
Tags: #FireIncident #Kishtwar #Cold #JammuKashmir