ଓଡ଼ିଶାଲାଇଭ୍ ବ୍ୟୁରୋ

ତାଳଚେରର କଣିହାଁ ସ୍ଥିତ ଏନଟିପିସି ପାୱାର ପ୍ଲାଣ୍ଟରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଶନିବାର ପ୍ଲାଣ୍ଟ ଭିତରେ ଥିବା କୋଇଲା କନଭେୟର ବେଲ୍ଟରେ ନିଆଁ ଲାଗିଥିବା ସୂଚନା ମିଳିଛି। ଏଥିରେ କେହି ଆହତ ହୋଇନାହାନ୍ତି। ତେବେ ଅଗ୍ନିକାଣ୍ଡ ଯୋଗୁଁ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଛି।

ଏନଟିପିସି ପାୱାର ପ୍ଲାଣ୍ଟର କୋଇଲା ଡିପୋରୁ ପ୍ଲାଣ୍ଟ ଭିତରକୁ ଯାଇଥିବା କନଭେୟର ବେଲ୍ଟରେ ଶନିବାର ସକାଳେ ନିଆଁ ଲାଗିଥିଲା। ତେବେ ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୫ଟି ଟିମ୍ ନିୟୋଜିତ ହୋଇଛନ୍ତି।   

କେଉଁ କାରଣରୁ ପ୍ଲାଣ୍ଟରେ ଏହି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ। ତେବେ ଅଗ୍ନିକାଣ୍ଡରେ ସବୁଆଡ଼େ ଧୂଆଁ ହୋଇଯାଇଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି।

ଅନ୍ୟପଟେ ଅଗ୍ନିକାଣ୍ଡ ଯୋଗୁଁ ପ୍ଲାଣ୍ଟରେ ବିଦ୍ୟୁତ୍ ଉତ୍ପାଦନରେ କିଭଳି ପ୍ରଭାବ ପଡ଼ିବ ସେ ନେଇ ଏନଟିପିସି ପକ୍ଷରୁ କିଛି କୁହାଯାଇନାହିଁ।  

Tags: #NTPCPowerPlant #FireIncident #Electricity #Talcher #Odisha

Comment