ଓଡ଼ିଶାଲାଇଭ୍ ବ୍ୟୁରୋ

ଆସିଲା ସୁଭଦ୍ରା ଅପଡେଟ। ଚଳିତ ଜାନୁଆରି ମାସ ଶେଷ ସୁଦ୍ଧା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇବେ ହିତାଧିକାରୀ। ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ପରେ ମଧ୍ୟ କେଓ୍ଵାଇସି ଅପଡେଟ କଲେ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ। ଏ ନେଇ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ୩୧ ହଜାର ହିତାଧିକାରୀ ଅଜାଣତରେ କିମ୍ବା ଭୁଲବଶତଃ ଆବେଦନ ସମ୍ପୂର୍ଣ୍ଣ କରିପାରିନଥିଲେ। ସେମାନେ ନିଜ ଇଚ୍ଛାରେ ଆବେଦନ ପୂରଣ କରିନଥିଲେ ବୋଲି ଭାବୁଥିଲୁ। ପରେ ଏହି ହିତାଧିକାରୀମାନେ ଭୁଲବଶତଃ ଆବେଦନ ପ୍ରକ୍ରିୟା ଅଧାରୁ ଛାଡ଼ିଦେଇଥିବା ନେଇ ଦରଖାସ୍ତ ଦେଇଥିଲେ। ସେମାନେଙ୍କୁ ପୁନଃ ଆବେଦନ କରିବାକୁ ସୁଯୋଗ ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ୧୭ ଜଣ ହିତାଧିକାରୀ ପୁନଃ ଆବେଦନ କରିସାରିଛନ୍ତି ବୋଲି ସେ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁଯାୟୀ ୨ ଲକ୍ଷରୁ ଅଧିକ ହିତାଧିକାରୀ କେଓ୍ଵାଇସି ଅପଡେଟ କରିନାହାନ୍ତି। ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଯୋଜନା ଟଙ୍କା ମିଳିବା ପୂର୍ବରୁ କେଓ୍ଵାଇସି ଅପଡେଟ କରିବାକୁ ରାଜ୍ୟ ସରକାର ପର୍ଯ୍ୟାପ୍ତ ସୁଯୋଗ ଦେଇଛନ୍ତି। ଯେଉଁମାନେ କେଓ୍ଵାଇସି କରିନଥିବେ ସେମାନେ ଜାନୁଆରି ମାସରେ ମିଳିବାକୁ ଥିବା ଚତୁର୍ଥ ପର୍ଯ୍ୟାଟ ଟଙ୍କା ପାଇବେ ନାହିଁ। ଯେଉଁ ହିତାଧିକାରୀମାନେ ମାର୍ଚ୍ଚ ମାସରେ କେଓ୍ଵାଇସି କରିବେ ସେମାନଙ୍କୁ ଆସନ୍ତା ମାର୍ଚ୍ଚ ୮ ତାରିଖରେ ଦୁଇଟି କିସ୍ତିର ସୁଭଦ୍ରା ଯୋଜନା ଟଙ୍କା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ଜଣେ ହେଲେ ବି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ଯେପରି ବାଦ ନପଡ଼ନ୍ତି ସେଥିପ୍ରତି ଗୁରୁତ୍ଵ ଦିଆଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

୨୦୨୪ ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫,୦୦୦ ଟଙ୍କା ଲେଖାଏଁ ଯାଇଥିଲା। ଏହାପରେ ଅକ୍ଟୋବର ୯ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟରେ ୪୦ ଲକ୍ଷରୁ ଊର୍ଦ୍ଧ୍ଵ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା। ସେହିପରି ନଭେମ୍ବର ୨୪ ତାରିଖରେ ତୃତୀୟ ପର୍ଯ୍ୟାୟ ଟଙ୍କା ପାଇଥିଲେ ହିତାଧିକାରୀ।

ଆସନ୍ତା ୨୦୨୫ ମାର୍ଚ୍ଚ ମାସ ପୂର୍ବରୁ ପ୍ରଥମ କିସ୍ତି ଟଙ୍କା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପଠାଇବା ଲାଗି ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି।

Tags: #SubhadraYojana #KYC #PravatiParida #DBT #Odisha

LEAVE A REPLY

Please enter your comment!
Please enter your name here