ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବିଭିନ୍ନ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବଢ଼ାଇଛନ୍ତି ରାଜ୍ୟ ସରକାର। ଏବେ ସେମାନଙ୍କ ପାରିଶ୍ରମିକ ରାଶି ୧୬ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ଏନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣ କରିଛନ୍ତି।

ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶାରେ ୧୩ ହଜାର ୭୪୦ ଜଣ ସ୍କିମାଟିକ୍ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ଅଛନ୍ତି। ସେମାନଙ୍କୁ ମାସିକ ୧୧ ହଜାର ୧୦୦ ଟଙ୍କା ପାରିଶ୍ରମିକ ମିଳୁଥିଲା। ଏହି ନିଷ୍ପତ୍ତି ଦ୍ଵାରା ସେମାନେ ଉପକୃତ ହେବେ।

ସେହିପରି ଏହି ବର୍ଗର ଶିକ୍ଷକମାନଙ୍କ ଇପିଏଫ ରାଶି ମଧ୍ୟ ୧,୪୪୩ ଟଙ୍କାରୁ ୧,୯୫୦ ଟଙ୍କାକୁ ବୃଦ୍ଧି ପାଇଛି। ଇପିଏଫ ରାଶିକୁ ମିଶାଇ ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନଙ୍କୁ ମାସିକ ୧୭ ହଜାର ୯୫୦ ଟଙ୍କା ମିଳିବ।

ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୮୯ କୋଟି ୧୫ ଲକ୍ଷ ଟଙ୍କା ବ୍ୟୟବରାଦ କରିବେ। ଏହି ମାସିକ ପାରିଶ୍ରମିକ ବୃଦ୍ଧିକୁ ବିଭିନ୍ନ ଶିକ୍ଷକ ସଂଘ ପକ୍ଷରୁ ସ୍ଵାଗତ କରାଯାଇଛି।

Tags: #SchematicJuniorTeachers #SalaryHike #Education #SMEOdisha

Comment