ଓଡ଼ିଶାଲାଇଭ୍ ବ୍ୟୁରୋ
ଶିକ୍ଷାବର୍ଷ ୨୦୨୫-୨୬ ମସିହାରୁ ଓଡ଼ିଶାରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି। ଏଣିକି ପିଲାଙ୍କୁ ୬ ବର୍ଷ ବୟସ ହୋଇନଥିଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ମିଳିବନି ଅନୁମତି।
ଜାତୀୟ ଶିକ୍ଷା ନୀତି ଅନୁଯାୟୀ ରାଜ୍ୟର ସମସ୍ତ ପ୍ରାଥମିକ ସ୍କୁଲରେ ‘ଶିଶୁ ବାଟିକା’ ଖୋଲାଯିବ। ଏଠାରେ ୫ରୁ ୬ ବର୍ଷ ବୟସର ପିଲାଙ୍କୁ ପ୍ରି-ସ୍କୁଲରେ ନାମ ଲେଖାଇବାର ସୁଯୋଗ ମିଳିବ। ଆସନ୍ତା ଶିକ୍ଷାବର୍ଷଠାରୁ ଏହି ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ‘ଜାତୀୟ ଶିକ୍ଷା ନୀତି ୨୦୨୦’ ପ୍ରାବଧାନ ଅନୁଯାୟୀ ଓଡ଼ିଶାରେ ଆସନ୍ତା ୨୦୨୫-୨୬ ଶିକ୍ଷାବର୍ଷଠାରୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ସେପ୍ଟେମ୍ବର ପହିଲା ସୁଦ୍ଧା ପିଲାଙ୍କ ବୟସ ୬ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ।
Tags: #NewEducationPolicy #Education #PrimaryEducation #OdishaGovt