ଓଡ଼ିଶାଲାଇଭ୍ ବ୍ୟୁରୋ

ଶପଥ ନେବା ପରେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି ଆମେରିକାର ନୂଆ ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପ। ସମଗ୍ର ବିଶ୍ୱର ନଜର ଏବେ ଟ୍ରମ୍ପଙ୍କ ଉପରେ। ସେ କ’ଣ କହୁଛନ୍ତି, କ’ଣ କରୁଛନ୍ତି ଟିକିନିଖି ଖବର ଜାଣିବା ପାଇଁ କ୍ୟାମେରା ଫୋକସରେ ଏବେ ନୂଆ ରାଷ୍ଟ୍ରପତି। ଏହି କ୍ରମରେ ଏକ ଖବର ଚର୍ଚ୍ଚାର ପରିଧିକୁ ଆସିଛି। ଟ୍ରମ୍ପ ହ୍ୱାଇଟ ହାଉସକୁ ଫେରିବା ପରେ ଆମେରିକାର ଗଣମାଧ୍ୟମକୁ ଦେଇଥିବା ବୟାନରେ ଅନେକ ମିଛ ତଥା ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗ ହେଉଛି।
ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଟ୍ରମ୍ପ ସୋମବାର ଦିନ ଦୁଇଟି ଭାଷଣ ଦେଇଥିଲେ। ଏହି ଦୁଇଟି ଭାଷଣରେ ସେ ପାଖାପାଖି ୨୦ଟି ମିଛ କହିଥିବା ଅଭିଯୋଗ ହେଉଛି। ଅର୍ଥନୀତି, ବିଦେଶୀ ନୀତି, ଇ ଯାନ ଅଧିନିୟମ ଏବଂ ୨୦୨୦ ନିର୍ବାଚନ ଉପରେ ସେ ଅପରି କିଛି ଟିପ୍ପଣୀ ଦେଇଥିଲେ ଯାହା ସମ୍ପୂର୍ଣ୍ଣ ମିଛଥିଲା ବୋଲି ଆମେରିକାର ଗଣମାଧ୍ୟମ ଦାବି କରିଛି।
ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଆମେରକା ରାଷ୍ଟ୍ରପତି ଭାବେ ଟ୍ରମ୍ପ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ୩୦ ହଜାରରୁ ଅଧିକ ମିଛ ବା ଭ୍ରମାତ୍ମକ ବୟାନ ଦେଇଥିଲେ। ଟ୍ରମ୍ପଙ୍କ ମିଛ କହିବାର ଅଭ୍ୟାସକୁ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭରୁ ରହିଛି ବୋଲି ଆମେରିକାର ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
ଏବେ ଆରମ୍ଭ ହୋଇଛି ଟ୍ରମ୍ପଙ୍କ ୨ୟ କାର୍ଯ୍ୟକାଳ। ତେବେ ଜୋ ବାଇଡେନଙ୍କ କାର୍ଯ୍ୟକାଳ, ପାନାମା କେନାଲ ପରିଚାଳନା ପ୍ରସଙ୍ଗ, ୨୦୨୦ ଆମେରିକା ନିର୍ବାଚନ ମାମଲା ତଥା ଜଳବାୟୁ ପରିବର୍ତ୍ତନ ଭଳି ପ୍ରସଙ୍ଗରେ ଟ୍ରମ୍ପ ମିଛ କହିଥିବା ଅଭିଯୋଗ ହେଉଛି।
ପୂର୍ବେ ମିଛ କହି ଜୋରିମାନା ଦେଇଥିଲେ ଟ୍ରମ୍ପ
ପ୍ରଥର କାର୍ଯ୍ୟକାଳ ସମୟରେ ମିଛ ତଥ୍ୟ ଦେବା ପାଇଁ ଟ୍ରମ୍ପଙ୍କୁ ଜରିମାନା ଦେବାକୁ ପଡ଼ିଥିଲା। ମିଛ କହିଥିଲେ ବୋଲି ଲକ୍ଷେ ବା ଦୁଇ ଲକ୍ଷ ନୁହେଁ, କୋଟି କୋଟି ଟଙ୍କା ଜୋରିମାନା ଦେଇଥିଲେ ଟ୍ରମ୍ପ। ନ୍ୟୁୟର୍କର ଏକ କୋର୍ଟ ଟ୍ରମ୍ପଙ୍କ ଉପରେ ୪୫୪ ମିଲିଅନ ଡଲାର ଅର୍ଥାତ ୪୦୦୦ କୋଟି ଟଙ୍କାର ଜୋରିମାନା ଲଗାଇଥିଲେ। ସେ ଏହି ଜୋରିମାନା ଭରିଥିଲେ।
Tags: #DonaldTrump #USPresident #FalseStatement #FakeNews #USA
















