ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାରେ ୯୭ତମ ଓସ୍କାର ଆୱାର୍ଡ ସମାରୋହ ଅନୁଷ୍ଠିତ ହୋଇଛି। ଏଥିରେ ହଲିଉଡ୍ ଫିଲ୍ମ ‘ଆନୋରା’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହାସହ ଉକ୍ତ ଫିଲ୍ମର ଅଭିନେତ୍ରୀ ମିକି ମ୍ୟାଡିସନ୍ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଓସ୍କାର ଆୱାର୍ଡରେ ସମ୍ମାନିତ ହୋଇଛନ୍ତି। ସେହିପରି ‘ଦି ବ୍ରୁଟାଲିଷ୍ଟ’ ଚଳଚ୍ଚିତ୍ର ପାଇଁ ଆଡ୍ରିଏନ୍ ବ୍ରୋଡି ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି।

୨୦୨୫ର ଓସ୍କାର ଆୱାର୍ଡ ସମାରୋହ ଆମେରିକାର ଲସ୍ ଆଞ୍ଜେଲସର ଡଲବି ଥିଏଟରରେରେ ଏହା ଅନୁଷ୍ଠିତ ହୋଇଥିଲା। ଏଥର ‘ଆନୋରା’ ଚଳଚ୍ଚିତ୍ର ସର୍ବାଧିକ ପୁରସ୍କାର ଜିତିଥିବା ଫିଲ୍ମ ପାଲଟିଛି। ଚଳଚ୍ଚିତ୍ରଟି ୧୩ଟି ବର୍ଗରେ ମନୋନୀତ ହୋଇଥିବାବେଳେ ସେଥିରୁ ଏହା ୫ଟି ବର୍ଗରେ ପୁରସ୍କୃତ ହୋଇଛି।

‘ଆନୋରା’ ଫିଲ୍ମ ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ଅଭିନେତ୍ରୀ ସହ ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଚିତ୍ରନାଟ୍ୟ ଓ ଶ୍ରେଷ୍ଠ ଏଡିଟିଂ ଭଳି ବର୍ଗରେ ପୁରସ୍କାର ହାତେଇଛି।

୨୦୨୫ ଓସ୍କାର ପୁରସ୍କାର ଦୌଡ଼ରେ ଭାରତୀୟ ଚଳଚ୍ଚିତ୍ର ମଧ୍ୟ ସାମିଲ ହୋଇଥିଲା। ଗୁନୀତ ମୋଙ୍ଗା ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ମିଳିତ ଭାବରେ ପ୍ରସ୍ତୁତ ଚଳଚ୍ଚିତ୍ର ‘ଅନୁଜା’ ଲାଇଭ୍ ଆକ୍ସନ୍ ସର୍ଟ ଫିଲ୍ମ ବର୍ଗରେ ମନୋନୀତ ହୋଇଥିଲା। ହେଲେ ଏହି ବର୍ଗରେ ‘ଆଇ ଆମ୍ ନଟ୍ ଏ ରୋବୋଟ୍’ ଚଳଚ୍ଚିତ୍ରଟି ପୁରସ୍କାର ଜିତିଛି।

୨୦୨୫ ଓସ୍କାର ବିଜେତାଙ୍କ ତାଲିକା

  • ଶ୍ରେଷ୍ଠ ଚଳଚ୍ଚିତ୍ର – ଆନୋରା
  • ଶ୍ରେଷ୍ଠ ନିର୍ଦ୍ଦେଶକ – ସିଆନ୍ ବେକର (ଚଳଚ୍ଚିତ୍ର: ଆନୋରା)
  • ଶ୍ରେଷ୍ଠ ଅଭିନେତ୍ରୀ – ମିକି ମ୍ୟାଡିସନ୍ (ଚଳଚ୍ଚିତ୍ର: ଆନୋରା)
  • ଶ୍ରେଷ୍ଠ ଅଭିନେତା – ଆଡ୍ରିଏନ୍ ବ୍ରୋଡି (ଚଳଚ୍ଚିତ୍ର: ଦି ବ୍ରୁଟାଲିଷ୍ଟ)
  • ଶ୍ରେଷ୍ଠ ସହାୟକ ଅଭିନେତ୍ରୀ – ଜୋ ସାଲଡାନା (ଚଳଚ୍ଚିତ୍ର: ଏମିଲିଆ ପେରେଜ୍)
  • ଶ୍ରେଷ୍ଠ ସହାୟକ ଅଭିନେତା – କିଏରନ କଲକିନ୍ (ଚଳଚ୍ଚିତ୍ର: ଦି ରିଅଲ୍ ପେନ୍)
  • ଶ୍ରେଷ୍ଠ ଆକ୍ସନ୍ ଲାଇଭ୍ ସର୍ଟ ଫିଲ୍ମ – ଆଇ ଏମ୍ ନଟ ଏ ରୋବୋଟ୍
  • ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ – ଆଇ ଏମ୍ ଷ୍ଟିଲ୍ ହିୟର
  • ଶ୍ରେଷ୍ଠ ଆନିମେଟେଡ୍ ଫିଚର୍ ଫିଲ୍ମ – ଫ୍ଲୋ
  • ଶ୍ରେଷ୍ଠ ଆନିମେଟେଡ୍ କ୍ଷୁଦ୍ର ଚଳଚ୍ଚିତ୍ର – ଇନ ଦ ଶ୍ୟାଡୋ ଅଫ ଦ ସାଇପ୍ରେସ
  • ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର୍ ଫିଲ୍ମ – ନୋ ଅଦର ଲ୍ୟାଣ୍ଡ
  • ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ କ୍ଷୁଦ୍ର ଚଳଚ୍ଚିତ୍ର – ଦ ଓନଲି ଗାର୍ଲ ଅନ ଦି ଅର୍କେଷ୍ଟ୍ରା
  • ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ପାଦନା – ସିଆନ୍ ବେକର (ଚଳଚ୍ଚିତ୍ର: ଆନୋରା)
  • ଶ୍ରେଷ୍ଠ ଚିତ୍ରନାଟ୍ୟ – ସିଆନ୍ ବେକର (ଚଳଚ୍ଚିତ୍ର: ଆନୋରା)
  • ଶ୍ରେଷ୍ଠ ଅନୁକୂଳିତ ଚିତ୍ରନାଟ୍ୟ – ପିଟର ଷ୍ଟ୍ରାଘାନ (ଚଳଚ୍ଚିତ୍ର: କନକ୍ଲେଭ)
  • ଶ୍ରେଷ୍ଠ ସିନେମାଟୋଗ୍ରାଫି – ଦି ବ୍ରୁଟାଲିଷ୍ଟ
  • ଶ୍ରେଷ୍ଠ ପ୍ରଡକ୍ସନ୍ ଡିଜାଇନ୍ – ୱିକେଟ୍
  • ଶ୍ରେଷ୍ଠ ସଙ୍ଗୀତ (ଓରିଜିନାଲ ସ୍କୋର) – ଡାନିଏଲ୍ ବ୍ଲମବର୍ଗ (ଚଳଚ୍ଚିତ୍ର: ଦି ବ୍ରୁଟାଲିଷ୍ଟ)
  • ଶ୍ରେଷ୍ଠ ଗୀତ – ଏଲ୍ ମାଲ୍ (ଚଳଚ୍ଚିତ୍ର: ଏମିଲିଆ ପେରେଜ୍)
  • ଶ୍ରେଷ୍ଠ ମେକ୍ଅପ୍ ଏବଂ ହେୟାର ଷ୍ଟାଇଲ୍ – ପିଆର-ଅଲିଭିଆର୍ ପର୍ସିନ୍, ଷ୍ଟେଫାନି ଗିଲନ୍ ଏବଂ ମାରିଲିନ୍ ସ୍କାରସେଲି (ଚଳଚ୍ଚିତ୍ର: ଦି ସବଷ୍ଟେନ୍ସ)
  • ଶ୍ରେଷ୍ଠ ପୋଷାକ ଡିଜାଇନ୍ – ପଲ ତାଜେୱେଲ୍ (ଚଳଚ୍ଚିତ୍ର: ୱିକେଟ୍)
  • ଶ୍ରେଷ୍ଠ ସାଉଣ୍ଡ ଡିଜାନିଂ – ଡ୍ୟୁନ୍: ପାର୍ଟ ୨
  • ଶ୍ରେଷ୍ଠ ଭିଜୁଆଲ୍ ଇଫେକ୍ଟସ୍ – ଡ୍ୟୁନ୍: ପାର୍ଟ ୨

ଚଳଚ୍ଚିତ୍ର ଜଗତରେ ସବୁଠାରୁ ବଡ଼ ଏବଂ ସମ୍ମାନଜନକ ପୁରସ୍କାର ହେଉଛି ‘ଓସ୍କାର’। ପ୍ରତି କଳାକାରଙ୍କ ଏହି ପୁରସ୍କାର ଜିତିବା ନେଇ ସ୍ୱପ ରହିଥାଏ। ଏହି ପୁରସ୍କାର ପ୍ରତିବର୍ଷ ଏକାଡେମୀ ଅଫ୍ ମୋସନ୍ ପିକଚର୍ସ ଆର୍ଟସ୍ ଆଣ୍ଡ୍ ସାଇନ୍ସେସ୍ ଦ୍ୱାରା ପ୍ରଦାନ କରାଯାଇଥାଏ।

Tags: #Oscars2025 #97thAcademyAwards #Anora #Films #USA

LEAVE A REPLY

Please enter your comment!
Please enter your name here