ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରେ ଆସନ୍ତାକାଲି, ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି ‘ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫। ଜାନୁଆରି ୨୮ ଓ ୨୯ ତାରିଖ ଦୁଇଦିନ ଧରି ଚାଲିବାକୁ ଥିବା ଏହି ମହାକୁମ୍ଭକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ବହୁ ସଂଖ୍ୟାରେ ନିବେଶକ ଏବଂ ଶିଳ୍ପ ପ୍ରତିନିଧି ଯୋଗ ଦେବେ। ଶିଳ୍ପର ଏହି ମହାକୁମ୍ଭରୁ ୫ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ଆଶା ରଖିଛନ୍ତି ରାଜ୍ୟ ସରକାର।

ଏପଟେ ଉତ୍କର୍ଷ ଓଡ଼ିଶା ୨୦୨୫ ଐତିହାସିକ ଏବଂ ଯୁଗାନ୍ତକାରୀ ହେବ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ। ଆଗାମୀ ଦିନରେ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ହେବ ବୋଲି ସେ କହିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁସାରେ ଏହି କନକ୍ଲେଭରେ ୪ଟି ପ୍ଲେନାରି ସେସନ ଓ ୧୬ଟି କ୍ଷେତ୍ରୀୟ ସେସନ ରହିବ। ଦୁଇଦିନ ମଧ୍ୟରେ ବିଭିନ୍ନ କ୍ଷେତ୍ର ପାଇଁ ୧୫ଟି ସ୍ଵତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବାର ଯୋଜନା ରହିଛି।

ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀ ଭୁବନେଶ୍ଵରରେ କାରକେଡ ରିହଲସଲ କରାଯାଇଛି।

Tags: #UtkarshOdishaMakeInOdishaConclave2025 #UtkarshOdishaConclave #InvestOdisha #PMNarendraModi #CMOdisha

Comment