ଓଡ଼ିଶାଲାଇଭ୍ ବ୍ୟୁରୋ

ସୁଭଦ୍ରା ଯୋଜନାକୁ ନେଇ ଆସିଲା ନୂଆ ଅପଡେଟ। ଫେବ୍ରୁଆରି ୮ ତାରିଖରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇବେ ହିତାଧିକାରୀ। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଚଳିତ ଥର ଯାଜପୁର ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ। ଯେଉଁ ହିତାଧିକାରୀମାନେ ଇ-କେଓ୍ଵାଇସି ଏବଂ ଏନପିସିଆଇ କରିନାହାନ୍ତି, ତୁରନ୍ତ କରିବା ପାଇଁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।

ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ମାତ୍ର ୨୫ ପ୍ରତିଶତ ଇ-କେଓ୍ଵାଇସି ଏବଂ ଏନପିସିଆଇ କ୍ଲିୟର ହୋଇଛି। ଆହୁରି ଅଢ଼େଇ ଲକ୍ଷ ଇ-କେଓ୍ଵାଇସି ଏବଂ ଏନପିସିଆଇ ବାକି ରହିଛି। ଯେଉଁମାନେ ଫେବ୍ରୁଆରି ୮ ତାରିଖ ପୂର୍ବରୁ ଇ-କେଓ୍ଵାଇସି ଏବଂ ଏନପିସିଆଇ କରିଥିବେ, ସେମାନଙ୍କୁ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ।

ଯେଉଁ ହିତାଧିକାରୀମାନେ ଫେବ୍ରୁଆରି ୮ ତାରିଖ ପରେ ଏବଂ ମାର୍ଚ୍ଚ ୮ ତାରିଖ ପୂର୍ବରୁ ଇ-କେଓ୍ଵାଇସି ଏବଂ ଏନପିସିଆଇ ଅପଡେଟ କରିବେ, ସେମାନଙ୍କୁ ମାର୍ଚ୍ଚ ମାସରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଏବଂ ଦ୍ଵିତୀୟ ପର୍ଯ୍ୟାୟ ମୋଟ ଦୁଇଟି କିସ୍ତିର ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

Tags: #SubhadraYojana #KYC #PravatiParida #DBT #Odisha

LEAVE A REPLY

Please enter your comment!
Please enter your name here