ଓଡ଼ିଶାଲାଇଭ୍ ବ୍ୟୁରୋ
ମହାକୁମ୍ଭ ମେଳାରେ ବୁଧବାର ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ସେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ମହାକୁମ୍ଭରେ ସାମିଲ ହୋଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ପ୍ରୟାଗରାଜ ମହାକୁମ୍ଭରେ ପହଞ୍ଚି ପ୍ରଥମେ ନୌକାବିହାର କରିଥିଲେ। ଏହାପରେ ସେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ସହ ଗଙ୍ଗା ଆରାଧନା କରିଥିଲେ। ଏହାପରେ ବିଭିନ୍ନ ଆଖଡ଼ାର ସାଧୁସନ୍ଥଙ୍କ ସହ ସାକ୍ଷାତ କରିଥିଲେ।
ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ପ୍ରୟାଗରାଜ ଓ ତ୍ରିବେଣୀ ସଙ୍ଗମ ସ୍ଥଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଟିଏସ ଓ ଏନଏସଜି ସହିତ ଅନ୍ୟ ସୁରକ୍ଷା ବାହିନୀ ମୁତୟନ ହୋଇଛନ୍ତି।
ମହାକୁମ୍ଭରୁ ଯାଇ ପ୍ରଧାନମନ୍ତ୍ରୀ ପ୍ରୟାଗରାଜରେ ଅନ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ। ଏଠାରେ ସେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ।
Tags: #Mahakumbh #PMNarendraModi #HolyDip #Triveni #Prayagraj