ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ ଦିବସୀୟ ଫ୍ରାନ୍ସ ଓ ଆମେରିକା ଗସ୍ତ ଆରମ୍ଭ କରିଛନ୍ତି। ସୋମବାର ସେ ନୂଆଦିଲ୍ଲୀରୁ ଫ୍ରାନ୍ସର ରାଜଧାନୀ ପ୍ୟାରିସକୁ ଯାତ୍ରା କରିଛନ୍ତି। ସେ ଏଠାରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମ୍ୟାକରନଙ୍କ ସହ ଦ୍ଵିପକ୍ଷୀକ ଆଲୋଚନା କରିବେ। ଏହାରେ ସେ ଫେବ୍ରୁଆରି ୧୨ ତାରିଖରେ ଆମେରିକା ଗସ୍ତରେ ଯାଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷତ କରିବାର କାର୍ଯ୍ୟକ୍ରମ ରହିଛି।

ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସରେ ରାଷ୍ଟ୍ରପତି ଇମାନୁଏଲ ମ୍ୟାକରନଙ୍କ ସହ ଏଆଇ ଆକ୍ସନ ସମିଟରେ ସହ-ଅଧ୍ୟକ୍ଷତା କରିବେ। ସମ୍ମିଳନୀରେ ଏଆଇ ସହ ଜଡିତ ଚ୍ୟାଲେଞ୍ଜ ଏବଂ ଏହାର ସମ୍ଭାବ୍ୟ ବିପଦ ବିଷୟରେ ଆଲୋଚନା କରାଯିବ।

ଏହାପରେ ଫେବ୍ରୁଆରି ୧୨ ତାରିଖରେ ପ୍ରଧାନମନ୍ତ୍ରୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମ୍ୟାକରନଙ୍କ ସହ ଦ୍ଵିପକ୍ଷୀକ ବୈଠକ କରିବେ। ଏଠାରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଏବଂ ବାଣିଜ୍ୟ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା କରାଯିବ।

ଏହି ଅବସରରେ ଦୁଇ ନେତା ପ୍ରଥମ ବିଶ୍ୱଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ। ଏହାସହ ଫ୍ରାନ୍ସର ମାର୍ସେଲିରେ ଭାରତର ନୂଆ ବାଣିଜ୍ୟିକ ଦୂତାବାସକୁ ମଧ୍ୟ ଉଦଘାଟନ କରାଯିବ।

ଫ୍ରାନ୍ସ ଗସ୍ତ ସାରି ପ୍ରଧାନମନ୍ତ୍ରୀ ବୁଧବାର ସନ୍ଧ୍ୟାରେ ଆମେରିକାର ରାଜଧାନୀ ୱାଶିଂଟନ ଡିସି ଅଭିମୁଖେ ବାହାରିବେ। ସେଠାରେ ସେ ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

Tags: #PMNarendraModi #ForeignVisit #BilateralRelations #France #USA

Comment