ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ରେମୁଣାସ୍ଥିତ ନୋସି ବିଜିନେସ୍ ପାର୍କରେ ଥିବା ‘ଉତ୍କଳା’ ମୁକ୍ତମଞ୍ଚରେ ନୋସି କଲଚରାଲ ଏକାଡେମି ଦ୍ୱାରା ନିଆରା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଖାସ୍ ତୁମ ପାଇଁ’ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମକୁ କ୍ରିଷ୍ଣା ମହାନ୍ତି ଆନୁଷ୍ଠାନିକ ଭାବେ ଉଦଘାଟନ କରି ଓଡ଼ିଶାର କଳା ସଂସ୍କୃତି ବିଷୟରେ ବର୍ଣ୍ଣନା କରିଥିଲେ। ଅନ୍ୟତମ ଅତିଥି ଭାବେ ‘ନୋସି’ର ଉପସଭାପତି ତଥା ପରିବେଶବିତ୍ ସୁବ୍ରତ ନାୟକ, ସମାଜସେବୀ ପ୍ରଦୀପ କୁମାର ମହାପାତ୍ର ଯୋଗ ଦେଇଥିଲେ। ନୋସି କଲଚରାଲ ଏକାଡେମିର ମୁଖ୍ୟ ଶିଳ୍ପୀ କେଶୁ ଦାସ ସଭା କାର୍ଯ୍ୟ ପରିଚାଳନା କରିଥିଲେ।

ଅତନୁ କୁମାର, କୁମାର ଜୀବନ, ରଶ୍ମିରେଖା ମହାପାତ୍ର, ଏକାଦଶୀ ବର୍ମନ, ରୂପାଲି ସିଂ, ଦୁର୍ଗେଶ୍ଵରୀ ସିଂ, ରଜନୀ ରାଣୀ ମଲ୍ଲିକ, ସାଇ ପ୍ରତୀକ୍ଷା, ଭୂମୀଷ୍ଠା, ଅନୁଷ୍କା ରୋମାଞ୍ଚକର ନୃତ୍ୟଗୀତ ପରିବେଷଣ କରିଥିଲେ। କବି ଦମ୍ପତି ଦେବାଶିଷ ସିଂହ ଓ ତୃପ୍ତିରାଣୀ ପାତ୍ର କବିତାର ଯୁଗଳ ବନ୍ଦୀ କରିଥିବା ବେଳେ ପ୍ରଶାନ୍ତ ସାହୁ ମାଉଥ ଅର୍ଗାନ ମାଧ୍ୟମରେ ଦର୍ଶକଙ୍କ ମନ ମୋହିଥିଲେ। ସମସ୍ତ କଳାକାରଙ୍କୁ ଅତିଥିମାନଙ୍କ ଦ୍ଵାରା ପ୍ରଶଂସା ପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା।

କୁମାର ସତ୍ୟମ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ରୁଦ୍ର ପ୍ରସାଦ ବଳ, ପ୍ରଶାନ୍ତ ବେହେରା, ରିଘବ ବିଶ୍ଵାଳ, ଶଶାଙ୍କ ସାହୁ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।

Tags: #CulturalProgramme #Utkala #KhashTumaPain #Balasore

LEAVE A REPLY

Please enter your comment!
Please enter your name here