ଓଡ଼ିଶାଲାଇଭ୍ ବ୍ୟୁରୋ

ପାର୍ବଣ ଋତୁ ଅବସରରେ ରିଳାଏନ୍ସ ଜୁଏଲ୍ସ ‘ଉତ୍କଳ’ର ଶୁଭାରମ୍ଭ କରିଛି। ଅଳଙ୍କାରର ଏହି ସ୍ଵତନ୍ତ୍ର ସୁନା ଓ ହୀରା ଗହଣା ସମ୍ଭାରରେ ଗ୍ରାହକମାନେ ଓଡ଼ିଶାର କଳା, ପରମ୍ପରା ଓ ସଂସ୍କୃତିର ଚିହ୍ନ ବହନ କରୁଥିବା ଭାସ୍କର୍ଯ୍ୟ, ଶୈଳୀ ଏବଂ ଡିଜାଇନ୍‌ର ଗହଣାମାନ ପାଇପାରିବେ।

ଏଥିମଧ୍ୟରେ ଅନ୍ତର୍ଭୁକ୍ତ ରହିଛି କୋଣାର୍କ ସୂର୍ଯ୍ୟ ମନ୍ଦିର କାରୁକାର୍ଯ୍ୟ, ମୁକ୍ତେଶ୍ୱର ମନ୍ଦିର କଳା, ପୁରୀ ଜଗନ୍ନାଥ ମନ୍ଦିର କଳା, ସିନ୍ଥି ନୃତ୍ୟ କଳା, ବୋଇତ ବନ୍ଦାଣ ନୌବାଣିଜ୍ୟ ପରମ୍ପରା ଏବଂ ଆକର୍ଷଣୀୟ ପଟ୍ଟଚିତ୍ର କଳା। ଓଡ଼ିଶାର ଏହି ଐତିହ୍ୟ ସମ୍ପନ୍ନ କଳାସଂସ୍କୃତିର ଚିହ୍ନ ଗ୍ରାହକମାନେ ସୁନା ଓ ହୀରାର ସୁନ୍ଦର ନେକ୍‌ଲେସ, ଇୟରିଂ ଆଦି ମାଧ୍ୟମରେ ପାଇପାରିବେ। ଏଠାରେ ବିଭିନ୍ନ ଉତ୍ସବ ଓ ଅବସର ପାଇଁ ମନପସନ୍ଦ ଚୋକର ସେଟ୍ ଠାରୁ ଆରମ୍ଭ କରି ଛୋଟ ନେକ୍‌ଲେସ୍ ଓ ଆକର୍ଷଣୀୟ ସୁଦୀର୍ଘ ନେକଲେସ୍ ସେଟ୍ ସମେତ ବିବିଧ ଓ ବ୍ୟାପକ ଡିଜାଇନ୍‌ର ଅଳଙ୍କାର ବିଭିନ୍ନ ବଜେଟରେ ଉପଲବ୍ଧ ରହିଛି।

ଏହାର ଶୁଭାରମ୍ଭ ଅବସରରେ ରିଲାଏନ୍ସ ଜୁଏଲ୍ସର ମୁଖପାତ୍ର କହିଛନ୍ତି ଯେ,”ପର୍ବପର୍ବାଣୀ ହେଉଛି ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଦୁର୍ଗାପୂଜା ଓ ଦୀପାବଳୀ ଭାରତରେ ପାଳିତ ହେଉଥିବା ଗୁରୁତ୍ୱପୂର୍ଣ୍ଣ ପର୍ବ ମଧ୍ୟରୁ ଅନ୍ୟତମ। ଧନତେରସ ସମୟରେ ସୁନା କିଣିବାକୁ ଶୁଭ ମନେ କରାଯାଏ ଓ ଏହି ସମୟରେ ଆମେ ଉତ୍କୃଷ୍ଟ କାରିଗରୀସମ୍ପନ୍ନ ‘ଉତ୍କଳ କଲେକ୍ସନ୍‌’ ଶୁଭାରମ୍ଭ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ। ଆମର ଆକର୍ଷଣୀୟ ଅର୍ନେଟ୍ କଲେକ୍ସନରେ ମନ୍ଦିର ଅଳଙ୍କାରର ଡିଜାଇନ୍ ସାମିଲ୍ ରହିଛି। ପ୍ରତିଟି ସୁନା ଓ ହୀରା ନେକ୍‌ଲେସ୍ ଓ ଇୟରିଙ୍ଗ୍ ବେଶ୍ ସ୍ୱତନ୍ତ୍ର ଏବଂ ଏହା ଓଡ଼ିଶାର ବିଭିନ୍ନ କଳା, ଐତିହ୍ୟ ଓ ସଂସ୍କୃତିକୁ ଦର୍ଶାଇଥାଏ। ଶୁଭ ଧନତେରସର ଅବ୍ୟବହିତ ପୂର୍ବରୁ ଏହି ସ୍ୱତନ୍ତ୍ର କଲେକ୍ସନକୁ ଉପଲବ୍ଧ କରାଯାଇଛି ଏବଂ ଏହାକୁ ଆମର ଗ୍ରାହକମାନେ ବେଶ୍ ପସନ୍ଦ କରିବେ ବୋଲି ଆମେ ଆଶା ରଖିଛୁ।”

ଉତ୍କଳ କଲେକ୍ସନର ପ୍ରତ୍ୟେକ ଅଳଙ୍କାର ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ପ୍ରତିପାଦନ କରୁଥିବା ବେଳେ ଏଥିରେ ଭରି ରହିଛି ଉତ୍କୃଷ୍ଟ କାରିଗରୀ ତଥା ରିଲାଏନ୍ସ ଜୁଏଲ୍ସ ବ୍ରାଣ୍ଡର ଗୁଣବତ୍ତା ଓ ବିଶ୍ୱସନୀୟତା। ଏହା ସାରା ଭାରତରେ ରିଲାଏନ୍ସ ଜୁଏଲ୍ସ ଆଉଟଲେଟରେ ୧୬ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ଉପଲବ୍ଧ ହେଉଛି। ଏଥିସହିତ ସୁନା ଗହଣା ଓ ସୁନା କଏନର ଗଢ଼ା ମଜୁରୀରେ ୩୦ପ୍ରତିଶତ ପର୍ଯ୍ୟନ୍ତ ରିହାତି଼ ରହିଛି। ସେହିଭଳି ହୀରା ଅଳଙ୍କାର ବିଲ୍ ମୂଲ୍ୟରେ ୩୦ପ୍ରତିଶତ ପର୍ଯ୍ୟନ୍ତ ରିହାତି ଉପଲବ୍ଧ ହେଉଛି। ଏହି ଅଫର ୧୬ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ସର୍ତ ଓ ବ୍ୟବସ୍ଥାବଳୀ ସହ ଲାଗୁ ହେବ।

Comment