ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି, ଶନିବାର ବି ବିଧାନସଭାରେ ଅଚଳାବସ୍ଥା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲି ପାରିନଥିଲା ଗୃହ କାର୍ଯ୍ୟ। ଫଳରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି।

ଗୃହ ଆରମ୍ଭରୁ ଧାନ ସଂଗ୍ରହରେ ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରିଥିଲା ବିରୋଧୀ ବିଜେଡି।ସେହିପରି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ହୋହାଲ୍ଲା କରିଥିଲେ କଂଗ୍ରେସ ବିଧାୟକମାନେ। ଉଭୟ ଦଳର ବିଧାୟକଙ୍କ ହୋହଲ୍ଲା ଏବଂ ନାରାବାଜିରେ କମ୍ପିଥିଲା ବିଧାନସଭା ପରିସର। ଦୀର୍ଘ ସମୟ ପର୍ଯ୍ୟ ଅଚଳାବସ୍ଥା ଲାଗି ରହିବାରୁ ବାଚସ୍ପତି ଗୃହକୁ ମଲତବୀ ଘୋଷଣା କରିଥିଲେ।

ଗତକାଲି, ଶୁକ୍ରବାର ବଜେଟ ଅଧିବେଶନ ଲାଗି ରାଜ୍ୟପାଳ ଅଭିଭାଷଣ ରଖିବା ପରେ ସରକାରଙ୍କୁ ଘେରିବାକୁ ସୁଯୋଗ ପାଇନଥିଲେ ବିରୋଧୀ ଦଳ। ଶନିବାର ଦିନ ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ବାଚସ୍ପତି ବାରମ୍ବାର ବୁଝାଇବାକୁ ଉଦ୍ୟମ କରି ବିଫଳ ହେବା ପରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ।

Tags: #OdishaAssembly #AssemblySession #BudgetSession #Politics #BJP #BJD #Congress #Odisha

LEAVE A REPLY

Please enter your comment!
Please enter your name here