ଓଡ଼ିଶାଲାଇଭ୍ ବ୍ୟୁରୋ
ଇଟାଲୀର ତୁରିନ୍ ସହରରେ ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହେଉଛି ସ୍ଵତନ୍ତ୍ର ଅଲିମ୍ପିକ୍ ବିଶ୍ଵ ଶୀତକାଳୀନ ପ୍ରତିଯୋଗିତା। ଏଥିରେ ‘ଏସଓବି’ ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରକାଶ ରଥଙ୍କୁ ଟୁର୍ଣ୍ଣାମେଣ୍ଟର ଆୟୋଜନ କମିଟି ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ସେ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିବେ।
ପ୍ରକାଶ ରଥ ଏହି ପ୍ରତିଯୋଗିତାରେ ସ୍ଵେଚ୍ଛାସେବୀ ପରିଚାଳନା ତଥା ପ୍ରତିଯୋଗୀଙ୍କ ସହାୟତା କାର୍ଯ୍ୟ କରିବେ। ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତା ପରିଚାଳନାରେ ଅଭିଜ୍ଞତା ଯୋଗୁଁ ତାଙ୍କୁ ଏହି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ସମ୍ପାଦନ ପାଇଁ ଆମନ୍ତ୍ରଣ କରାଯାଇଛି। ଏନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳୁଛି।
ସ୍ଵତନ୍ତ୍ର ଅଲିମ୍ପିକ୍ ବିଶ୍ଵ ଶୀତକାଳୀନ ପ୍ରତିଯୋଗିତା ମାର୍ଚ୍ଚ ୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ବିଶ୍ୱ କ୍ରୀଡ଼ାରେ ୧୦୩ଟି ଦେଶର ୧୫୦୦ରୁ ଅଧିକ ପ୍ରତିଯୋଗୀ, ୬୨୧ ପ୍ରଶିକ୍ଷକ ଓ ୩୨୦୦ ସ୍ଵେଚ୍ଛାସବୀମାନେ ଯୋଗ ଦେବେ। ଏହାସହ ବିଭିନ୍ନ ଦେଶର ଲକ୍ଷାଧିକ ଦର୍ଶକ ଏଥିରେ ସାମିଲ ହେବାର ସମ୍ଭାବନା ରହିଛି।
Tags: #SpecialOlympics #WinterGames2025 #Sports #PrakashRath #SOBOdisha