ଓଡ଼ିଶାଲାଇଭ୍ ବ୍ୟୁରୋ

(କୃଷ୍ଣ କୁମାର ମହାନ୍ତି): ଆଇସିଏସଏସଏସଆର ଆନୁକୂଲ୍ୟରେ ଭୁବନେଶ୍ଵର ସହିଦନଗରସ୍ଥିତ ଜେହୋବା ଗ୍ରୁପ ସମ୍ମିଳନୀ କକ୍ଷଠାରେ ଏକ ସାହିତ୍ୟ ସନ୍ଧ୍ୟା ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି।
ଅବସରପ୍ରାପ୍ତ ଆଇଏଏସ ଅଫିସର ତଥା ସାହିତ୍ୟିକ ଡକ୍ଟର ରବି ନାରାୟଣ ସେନାପତି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାହିତ୍ୟ ଓ ସମାଜ ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ। ସାହିତ୍ୟ କେବଳ ସମସାମୟିକ ଜୀବନ ବା ସମାଜର ପ୍ରତିଫଳନ ନୁହେଁ, ଏହା ବ୍ୟକ୍ତି ଓ ସମାଜକୁ କେଉଁ ଧାରାରେ ଚାଲିବ ତାହା ଦିଗଦର୍ଶନ ଦେଇଥାଏ ବୋଲି ସେ କହିଥିଲେ।
ସଭାରେ କବିୟତ୍ରୀ ସୁଲେଖା ସାମନ୍ତରାୟ ଓ ବିଶିଷ୍ଟ ଔପନ୍ୟାସିକା ରଶ୍ମୀ ରାଉଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜ କବିତା ପାଠ କରିବା ସହ ସାହିତ୍ୟର ସମାଜ ପ୍ରତି ଅଙ୍ଗୀକାରବଦ୍ଧତା ସମ୍ପର୍କରେ ମତ ରଖିଥିଲେ।
ରେଭେନ୍ସା ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ନିରଞ୍ଜନ ବାରିକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସାହିତ୍ୟ ଆସରରେ ଜେହୋଭା ଗ୍ରୁପର ମୁଖ୍ୟ ନୃସିଂହ ନାଥ ନନ୍ଦ ସ୍ଵାଗତ ଭାଷଣ ଦେଇଥିଲେ। ପ୍ରାକ୍ତନ ଅତିରିକ୍ତ ପୋଲିସ ଡିଜି ଡକ୍ଟର ଗୋପବନ୍ଧୁ ମଲ୍ଲିକ ସଂଗଠନର ଆଭିମୁଖ୍ୟ ସମ୍ପର୍କରେ ବର୍ଣ୍ଣନା କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।
ଏହି ଅବସରରେ ଡକ୍ଟର ରବି ନାରାୟଣ ସେନାପତି, ପ୍ରଫେସର ନିରଞ୍ଜନ ବାରିକ୍, ଡକ୍ଟର ଗୋପବନ୍ଧୁ ମଲ୍ଲିକ, ଡକ୍ଟର ମିହିର ରାୟ, ଦେବେନ୍ଦ୍ର ପ୍ରସାଦ ଦାସ, ପ୍ରଫେସର ସଂଗ୍ରାମ କେଶରୀ ରାଉତ, ବସନ୍ତ ଦାଶ, ଧରିତ୍ରୀ ପ୍ରିୟଦର୍ଶିନୀ, ନିରୁପମା ସ୍ୱାଇଁ, ସ୍ମୃତି ରଞ୍ଜନ ଦାସ, ଡକ୍ଟର ସୁଶାନ୍ତ ଦାସ, ଦୀପିକା ସାମନ୍ତରାୟ, ଅନୁପ ଅଗ୍ରୱାଲ, ଜଗଦୀଶ ସାହୁ, ବାଦଲ ଜେନା ପ୍ରମୁଖ ନିଜ କବିତା ପାଠ କରିଥିଲେ।
ଅବସରପ୍ରାପ୍ତ ଆଇଏଏସ୍ କବିନ୍ଦ୍ର ନାଥ ଖଟାଇ ସ୍ଵରଚିତ କବିତା ପାଠ କରିବା ସହ କବିତାର ସମୀକ୍ଷା କରିଥିଲେ ଓ ସମାଜ ପାଇଁ ସାହିତ୍ୟର ଗୁରୁତ୍ଵ ଉପରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ନିର୍ମଳ ଦାସ, ଅବସରପ୍ରାପ୍ତ ଏସବିଆଇ ବ୍ୟାଙ୍କ ଅଧ୍ୟକ୍ଷ ରେବତୀ ବିଶ୍ଵାଳ, ଶରତ ବେହେରା, ସୁଲଗ୍ନା ସୁଚରିତା, ଭାସ୍କର ଚନ୍ଦ୍ର ସେଠୀ, ମିନାକ୍ଷୀ ଚୌଧୁରୀ, ଓଡ଼ିଶୀ ନୃତ୍ୟ ଶିଳ୍ପୀ ଗୁଡ଼ି ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଡକ୍ଟର ସୁଶାନ୍ତ ଦାସ ଅତିଥିମାନଙ୍କୁ ଧନ୍ୟବାଦ ଦେଇଥିଲେ।
Tags: #PoetryReading #LiteratureandSociety #Bhubaneswar #Odisha