ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଗୁରୁବାର କୋର୍ଟରେ ହଜାର କରାଯାଇଛି। ଏଠାରେ ତାଙ୍କର ବୟନ ରେକର୍ଡ ହୋଇଛି। ପୁଞ୍ଜିଲାଲଙ୍କ ବୟାନ ରେକର୍ଡ ପରେ ଏହି ମାମଲାରେ କୋର୍ଟ ଆଗକୁ ରାୟ ପ୍ରକାଶ କରିବେ।

ଗୁରୁବାର ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗିର କାରାଗାରରୁ ଅଣାଯାଇ ପାଟଣାଗଡ଼ ଏସଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଏଠାରେ ବିଚାରପତିଙ୍କ ନିକଟରେ ତାଙ୍କର ବୟାନ ରେକର୍ଡ ହୋଇଥିଲା।

ଏହି ମାମଲାରେ ପୂର୍ବରୁ ୬୩ ଜଣଙ୍କ ସାକ୍ଷ ଗ୍ରହଣ ହୋଇସାରିଛି। ସୁପ୍ରିମ କୋର୍ଟ ଏହି ମାମଲାକୁ ୪ ସପ୍ତାହ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

୨୦୧୮ ଫେବ୍ରୁଆରି ୨୩ ତାରିଖରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ବାହାଘରରେ ଆସିଥିବା ଏକ ପାର୍ସଲ ଖୋଲୁଥିବାବେଳେ ବିସ୍ଫୋରଣ ଘଟିଥିଲା। ଏଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେମା’ ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା। ସୌମ୍ୟଶେଖରଙ୍କ ନବବିବାହିତା ସ୍ତ୍ରୀ ରିମାରାଣୀ ଗୁରୁତର ଆହତ ହୋଇଥିଲେ।

ଏହି ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା। ପରେ କ୍ରାଇମବ୍ରାଞ୍ଚ ତଦନ୍ତ ମାମଲାର କରି ମୁଖ୍ୟ ଅଭିଯୁକ୍ତ ଭଇଁଷା କଲେଜର ଇଂରାଜୀ ବିଭାଗ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା।

Tags: #PatnagarhParcelBombCase #PunjilalMeher #CourtCase #Balangir #Odisha

Comment