ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦୁଝର ଜିଲ୍ଲା ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ହେଲେ ବିଜେଡି ନେତା ସୌମ୍ୟଶଙ୍କର ଓରଫ୍ ରାଜା ଚକ୍ର ଗିରଫ। ଗୁରୁବାର ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର।
ଗୁରୁବାର ପ୍ରଥମେ ରାଜା ଚକ୍ରଙ୍କୁ ଅଟକ ରଖି ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ। ପରେ ତାଙ୍କୁ ଗିରଫ କରାଯାଇଥିଲା। ରାଜାଙ୍କ ୧୭ଟି ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ। ସେ ସବୁରେ ୧୮୫ କୋଟି ଟଙ୍କାର କାରବାର ହୋଇଥିବା ଯାଞ୍ଚରୁ ଜଣାପଡ଼ିଛି।
ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ରାଜା ଚକ୍ର ୯ କୋଟି ଟଙ୍କାର ଦୁର୍ନୀତିରେ ସମ୍ପୃକ୍ତ ଥିବାର ପ୍ରମାଣ ମିଳିଛି। ମେସିନ ଲୋଡିଂ କରି ମାନୁଆଲ ଲୋଡିଂ ନାଁରେ ବିଲ୍ ହୋଇଥିବା ଅଭିଯୋଗ ହୋଇଛି। ମାମଲାରେ ବେଆଇନ ଅର୍ଥ କାରବାର ଓ ଆୟକର ଫାଙ୍କିବାର ପ୍ରମାଣ ମିଳିବା ପରେ ତଦନ୍ତକୁ ଜୋରଦାର କରିଛି ଇଓଡବ୍ଲ୍ୟୁ।
ବୁଧବାର ଏହି ମାମଲା ସହ ସମ୍ପୃକ୍ତ ରାଜା ଚକ୍ର ଓ ତାଙ୍କର ଅନ୍ୟ ୪ ଜଣ ସହଯୋଗୀଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଥିଲେ ହାଇକୋର୍ଟ।
Tags: #RajaChakra #Corruption #CrimeBranch #GandhamardanLodingAgency #Kendujhar
















