ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ରେଳବାଇରେ ଅନେକ ‘ଆସିଷ୍ଟାଣ୍ଟ ଲୋକୋ ପାଇଲଟ’ (ଏଏଲପି) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ରେଳବାଇର ସବୁ ଜୋନ ପାଇଁ ୯,୯୭୦ଟି ଏଏଲପି ପଦବୀ ପୂରଣ ହେବ।

ଏହି ପଦବୀ ପାଇଁ ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ପରୀକ୍ଷା କରାଯିବ। ଏନେଇ ଆଗକୁ ଅନଲାଇନ ଆବେଦନ ଆରମ୍ଭ ହେବ।

ଆପଣମାନେ ରେଲୱେରେ ଏହି ଚାକିରି କରିବା ନିମନ୍ତେ ଆବେଦନ କରିବାକୁ ଚାହୁଁଥିଲେ, ଜାଣନ୍ତୁ କ’ଣ ରହିଛି ଏଥିରେ।   

ପଦବୀ ସଂଖ୍ୟା

  • ଆସିଷ୍ଟାଣ୍ଟ ଲୋକୋ ପାଇଲଟ୯,୯୭୦

ଯୋଗ୍ୟତା

  • ପ୍ରାର୍ଥୀମାନଙ୍କ ବୟସ ୧୮ରୁ ୩୩ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
  • ପ୍ରାର୍ଥୀମାନେ ଅତିକମରେ ଗ୍ରାଜୁଏସନ କିମ୍ବା ଡିପ୍ଲୋମା ପାସ କରିଥିବା ଆବଶ୍ୟକ
  • ସେମାନେ ରେଲୱେ ପକ୍ଷରୁ ଜାରି ହୋଇଥିବା ଶାରୀରିକ ଯୋଗ୍ୟତାକୁ ପୂରଣ କରୁଥିବା ଆବଶ୍ୟକ  

ଚୟନ ପ୍ରକ୍ରିୟା

ଏହି ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କ ପ୍ରଥମେ ପ୍ରିଲିମିନାରି ପରୀକ୍ଷା କରାଯିବ। ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ନେଇ ମେନ୍ ପରୀକ୍ଷା କରାଯିବ। ଏହାପରେ ଚୟନ ହୋଇଥିବା ପ୍ରାର୍ଥୀଙ୍କ ଶାରୀରିକ ପରୀକ୍ଷା କରାଯାଇ ସେମାନଙ୍କୁ ନିଯୁକ୍ତି ଦିଆଯିବ।     

ରେଲୱେର ଏହି ଏଏଲପି’ ନିଯୁକ୍ତି ଆବେଦନ ନିମନ୍ତେ ଅଣସରଂକ୍ଷିତ ଏବଂ ଓବିସି ବର୍ଗର ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ଆବେଦନ ଫି’ ଧାର୍ଯ୍ୟ କରାଯାଇଛି। ଅନ୍ୟ ବର୍ଗର ପ୍ରାର୍ଥୀମାନଙ୍କୁ ୨୫୦ ଟଙ୍କା କୌଣସି ଆବେଦନ ଫି’ ଦେବାକୁ ପଡ଼ିବ।

ଏହି ନିଯୁକ୍ତି ପାଇଁ କେବେ ଆବେଦନ ଆରମ୍ଭ ହେବ, ସେ ନେଇ ଭାରତୀୟ ରେଳବାଇ ପକ୍ଷରୁ ଆଗକୁ ସୂଚନା ଦିଆଯିବ। ପଦବୀର ଅଧିକ ସୂଚନା ଭାରତୀୟ ରେଳବାଇର ୱେବସାଇଟରେ ଉପଲବ୍ଧ।

Tags: #IndianRailways #AssistantLocoPilot #ALP #Employment #India

Comment