ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ କର୍ତ୍ତୃପକ୍ଷ (ଓରେରା)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଛନ୍ତି ଗୋପାଳ ଚନ୍ଦ୍ର ପଟ୍ଟନାୟକ। ଓରେରାର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ ହେବା ଯାଏଁ ସେ ଏହି ଦାୟିତ୍ଵରେ ରହିବେ। ଏନେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
୨୦୨୪ ମସିହା ନଭେମ୍ବର ମାସରେ ସିଦ୍ଧାନ୍ତ ଦାସ ‘ଓରେରା’ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ଏହି ପଦବୀ ଖାଲି ପଡ଼ିଥିଲା। ଏବେ ଗୋପାଳ ଚନ୍ଦ୍ର ପଟ୍ଟନାୟକ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଏହି ଦାୟିତ୍ଵ ତୁଲାଇବେ।
ଗୋପାଳ ଚନ୍ଦ୍ର ପଟ୍ଟନାୟକ ୨୦୨୩ ମସିହା ଏପ୍ରିଲ ମାସରେ ‘ଓରେରା’ର ସଦସ୍ୟ ହୋଇଥିଲେ। ଏହାପୂର୍ବରୁ ସେ ଜିଲ୍ଲା ଜଜ୍ ଭାବେ ଅବସର ଗ୍ରହଣ କରିଥିଲେ।
Tags: #GopalChandraPatnaik #ORERA #RealEstateProject #Odisha
















