ଓଡ଼ିଶାଲାଇଭ୍ ବ୍ୟୁରୋ

ସୁଭଦ୍ରା ଯୋଜନାକୁ ନେଇ ଆସିଲା ନୂଆ ସୂଚନା। ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତିରୁ ବାଦ ପଡ଼ିଛନ୍ତି ୧ ଲକ୍ଷ ୮୩ ହଜାର ୭୮୫ ଜଣ ହିତାଧିକାରୀ। ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ବିଧାନସଭାରେ ଲିଖିତ ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ପାଇଥିଲେ ରାଜ୍ୟର ୧ କୋଟି ୬୫ ହଜାର ୮୭୭ ଜଣ ହିତାଧିକାରୀ। କିନ୍ତୁ ଦ୍ଵିତୀୟ କିସ୍ତି ଟଙ୍କା ପାଇଛନ୍ତି ୯୮ ଲକ୍ଷ ୮୨ ହଜାର ୯୨ ଜଣ। ପ୍ରଥମ କିସ୍ତିରେ ୫ ହଜାର ୩୨ କୋଟି ୯୩ ଲକ୍ଷ ଟଙ୍କା ଦିଆଯାଇଥିବାବେଳେ ଦ୍ଵିତୀୟ କିସ୍ତିରେ ଦିଆଯାଇଛି ୪ ହଜାର ୯୪୧ କୋଟି ୪ ଲକ୍ଷ ଟଙ୍କା।

ତେବେ ଏହା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ରାସନକାର୍ଡ ଏବଂ ଇନକମ୍‌ରେ ତାଳମେଳ ନଥିବାରୁ ଏହି ସ୍ଥିତି ଉପୁଜିଛି। ମାର୍ଚ୍ଚ ୩୧ ତାରିଖ ପରେ ସର୍ଭେ କରାଯାଇ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ବାକି ଟଙ୍କା ପ୍ରଦାନ କରାଯିବ।

୨୦୨୪ ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫,୦୦୦ ଟଙ୍କା ଲେଖାଏଁ ଯାଇଥିଲା।

Tags: #SubhadraYojana #ApplicationVerification #PravatiParida #DBT #Odisha

Comment