ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବିଶିଷ୍ଟ ଶିକ୍ଷାବିତ ତଥା ସାହିତ୍ୟିକ ଚନ୍ଦ୍ରମୋହନ ମହାରଣାଙ୍କ ୧୫୫ତମ ଜୟନ୍ତୀ ଉତ୍ସବ ଫକୀରମୋହନ ବିଶ୍ଵବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।
ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ବିଶିଷ୍ଟ ଅତିଥି ଭାବେ ପ୍ରଫେସର ଜ୍ଞାନଦେବ ମହାରଣା, ସମ୍ମାନିତ ଅତିଥି ଭାବେ ବିଶ୍ଵବିଦ୍ୟାଳୟର ସଂଯୁକ୍ତ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ, ମୁଖ୍ୟବକ୍ତା ଭାବେ ଗବେଷକ, ପ୍ରାବନ୍ଧିକ ଡକ୍ଟର ଅରବିନ୍ଦ ଗିରି ପ୍ରମୁଖ ଯୋଗଦେଇ ସାହିତ୍ୟିକ ଚନ୍ଦ୍ରମୋହନଙ୍କ ଜୀବନୀ ତଥା ଓଡ଼ିଆ ସାହିତ୍ୟ ଜଗତକୁ ତାଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ।
କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଜ ଉଦବୋଧନରେ ଚନ୍ଦ୍ରମୋହନଙ୍କ ସାହିତ୍ୟିକ ଅନ୍ତର୍ଦୃଷ୍ଟିକୁ ଆଧାର କରି ତାଙ୍କ ଲିଖିତ ବ୍ୟାକରଣ, ପ୍ରବନ୍ଧ, କବିତା ଆଦି ପଠନ ଦ୍ଵାରା ଛାତ୍ରଛାତ୍ରୀମାନେ ନିଜର ଭାଷାଜ୍ଞାନକୁ ଉନ୍ନତ କରିପାରିବେ ବୋଲି କହିଥିଲେ।
ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ଦେବାଶିଷ ପାତ୍ର କାର୍ଯ୍ୟକ୍ରମର ସଂଯୋଜନା ଓ ସଞ୍ଚାଳନା କରିଥିଲେ। ଶେଷରେ ସହକାରୀ ପ୍ରଫେସର ଡକ୍ଟର ଜୟନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
Tags: #LiterateChandraMohanMaharana #BirthAnniversary #FMUniversity #Balasore


















