ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି):‌ ବାଲେଶ୍ୱରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ମେ’ ୧୬ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଛି ଦୁଇଦିନିଆ ସାହିତ୍ୟ ଉତ୍ସବ।

ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସାହିତ୍ୟ ଉତ୍ସବରେ ମୁଖ୍ୟ ପୃଷ୍ଠପୋଷକ ଦାୟିତ୍ଵ ଗ୍ରହଣ କରିବେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଓ କୁଳସଚିବ କୁକୁମୀନା ଦାସ କାର୍ଯ୍ୟକ୍ରମର ପୃଷ୍ଠପୋଷକ ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଦୁଇଦିନିଆ ଉତ୍ସବରେ ଆବାହକ ରହିବେ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ଦେବାଶିଷ ପାତ୍ର ଦାୟିତ୍ଵ ଗ୍ରହଣ କରିଛନ୍ତି।

ଦୁଇଦିନିଆ ସାହିତ୍ୟ ଉତ୍ସବରେ ଓଡ଼ିଆ, ବଙ୍ଗଳା, ଅହମିଆ, ସଂସ୍କୃତ, ଉର୍ଦ୍ଦୁ, ସାନ୍ତାଳୀ, ଇଂରାଜୀ ଭାଷାର ୩୦ରୁ ଅଧିକ ସାହିତ୍ୟିକ ଯୋଗଦେବେ। ଏଥିସହିତ ଆସାମ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଥାଇଲାଣ୍ଡ  ସହିତ ଓଡ଼ିଶାର ସାହିତ୍ୟିକ ଭାଷା ସାହିତ୍ୟର ବିଭିନ୍ନ ନିର୍ଦ୍ଧାରିତ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Tags: #SahityaUtsav #LiteraryFestival #FMUniversity #Balasore #Odisha

Comment