ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତୀୟ ଓ ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ପଦକ ଜିତିଛନ୍ତି ଚିନ୍ମୟୀ ଭୂୟାଁ। କାନାଡାରେ ଆୟୋଜିତ ୱାଲର୍ଡ ପୋଲିସ ଆଣ୍ଡ ଫାୟାର ଗେମ୍ସରେ ସ୍ୱର୍ଣ୍ଣ ପଦକ ଆଣିଛନ୍ତି ଚିନ୍ମୟୀ। ଚିନ୍ମୟୀଙ୍କ ସାହସ ଅନେକ ମହିଳାଙ୍କ ପାଇଁ ପ୍ରେରଣା।

ଦିନେ ରାତିରେ ୩ ଜଣ ଚୋରଙ୍କ ହାବୁଡ଼ରେ ପଡ଼ିଥିଲେ ଚିନ୍ମୟୀ। ସେମାନଙ୍କୁ ଭୟ ନକରି ସାହସର ସହ ସାମ୍ନା କରିଥିଲେ। ତିନି ତିନି ଜଣଙ୍କୁ ଏକୁଟିଆ ସାମ୍ନା କରିବା ସହ ନିର୍ଧୂମ ଛେଚି ଥିଲେ ସେ। ଏଥିପାଇଁ ଚିନ୍ମୟୀ ପୁରସ୍କୃତ ମଧ୍ୟ ହୋଇଛନ୍ତି।

ଆଜି ଅନେକ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଚିନ୍ମୟୀ। ଝିଅମାନଙ୍କୁ ଆତ୍ମରକ୍ଷା କୌଶଳ ଶିଖାଉଛନ୍ତି ସେ। ଚିନ୍ମୟୀ କୁହନ୍ତି ସମସ୍ତେ ଆତ୍ମରକ୍ଷା କୌଶଳ ଶିଖିବା ଜରୁରୀ।

ସେଦିନ ରାତିର ପୂରା ଘଟଣା ସମ୍ପର୍କରେ ଓଡ଼ିଶାଲାଇଭ୍‌ର ସାକ୍ଷାତକାରରେ କହିଛନ୍ତି କରାଟେ କୁଇନ୍ ଚିନ୍ମୟୀ ଭୂୟାଁ। ଦେଖନ୍ତୁ ଭିଡିଓ।

Tags: #ChinmayeeBhuyan #Karate #Sports #ExclusiveInterview #Odisha

LEAVE A REPLY

Please enter your comment!
Please enter your name here