ଓଡ଼ିଶାଲାଇଭ୍ ବ୍ୟୁରୋ
ସମସ୍ତ ଓଡ଼ିଆ ଭାଷାଭାଷୀ ଏକାଠି ହୋଇ ଉତ୍କଳ ପ୍ରଦେଶ ଗଠନ ଲାଗି ଲଢ଼େଇ କରିବାକୁ ଉତ୍କଳଗୌରବ ମଧୁସୂଦନ ଦାସ ଶେଷ ଜୀବନ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ। ଏହି ଭାବନାକୁ ନେଇ ଲିଖିତ ତାଙ୍କର କବିତା ‘ଉଠରେ ଉଠରେ ଉତ୍କଳ ସନ୍ତାନ’ ଓଡ଼ିଆ ଜାତିପ୍ରାଣର ସଙ୍ଗୀତ ଭାବେ ପରିଚିତ। ଆସନ୍ତୁ ଏହି ଐତିହାସିକ କବିତାଟିକୁ ଶୁଣିବା ଏବଂ ଏକ ସ୍ୱରରେ ଗାଇବା।
ମଧୁବାବୁଙ୍କ ଦ୍ୱାରା ପ୍ରତିଷ୍ଠିତ ଉତ୍କଳ ସମ୍ମିଳନୀ ସେତେବେଳେ ବ୍ରିଟିସ୍ ଅଧୀନରେ ଥିବା ମାଡ୍ରାସ, ବଙ୍ଗ ଏବଂ ବିହାର ପ୍ରଦେଶର ବିଭିନ୍ନ ଅଞ୍ଚଳରେ ବିକ୍ଷିପ୍ତ ଭାବେ ରହୁଥିବା ଓଡ଼ିଆ ଭାଷାଭାଷୀଙ୍କ ମନରେ ଏକ ଜାତୀୟ ଚେତନା ସୃଷ୍ଟି କରିଥିଲା।
ମଧୁସୂଦନ ଏବଂ ଅନ୍ୟ ମହାପୁରୁଷମାନଙ୍କ ସଂଘର୍ଷ, ସାଧନା ଏବଂ ତ୍ୟାଗ ଫଳରେ ଶେଷରେ ୧ ଏପ୍ରିଲ ୧୯୩୬ରେ ଓଡ଼ିଶା ଭାରତର ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ଭାବେ ସ୍ୱତନ୍ତ୍ର ମାନ୍ୟତା ପାଇଥିଲା।
Tags: #MadhusudanDas #MadhuBabu #UtkalGourav #UtkalSantan #UtkalSammilani














