ଓଡ଼ିଶାଲାଇଭ୍ ବ୍ୟୁରୋ

ଜନଜାତି ସମୁଦାୟଙ୍କ ଉନ୍ନତି ପାଇଁ ସ୍ୱର ଉଠାଉଥିବା ନେତା ହେଉଛନ୍ତି ପ୍ରଦୀପ ମାଝୀ। ୨୦୦୯ ଲୋକସଭା ନିର୍ବାଚନରେ ସେ ନବରଙ୍ଗପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। କଂଗ୍ରେସରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ପ୍ରଦୀପ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ।

ନିକଟରେ ୫୦ ବର୍ଷ ବୟସରେ ବିବାହ କରିଛନ୍ତି ପ୍ରଦୀପ ମାଝୀ। ଅନ୍ୟ ଜାତିରେ ବିବାହ କରିଥିବାରୁ ନିଜ ସମାଜରୁ ତାଙ୍କୁ ବାସନ୍ଦ ହେବାକୁ ପଡ଼ିଛି। ତଥାପି ସେ ଜନଜାତି ସମୁଦାୟଙ୍କ ଶିକ୍ଷା, ଅର୍ଥନୈତିକ ବିକାଶ ପାଇଁ ଲଢ଼େଇ ଜାରି ରଖିଛନ୍ତି।

“କୌଣସି କ୍ଷେତ୍ରରେ ମୁଁ ଅନ୍ୟମାନଙ୍କଠାରୁ କମ୍ ନୁହେଁ। ଆଦିବାସୀ ଯୁବକ ହୋଇ ମଧ୍ୟ ସବୁ କ୍ଷେତ୍ରରେ ସମସ୍ତଙ୍କୁ ମୁଁ ଟକ୍କର ଦେଇପାରିବି। ଆଦିବାସୀ ଯୁବକଯୁବତୀମାନେ ସମାଜ ସହିତ ତାଳ ଦେଇ ଚାଲିବା ଦରକାର”, କହିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ।

ନିଜ ସମ୍ପର୍କରେ ଓଡ଼ିଶାଲାଇଭର ସାକ୍ଷାତକାରରେ ଅନେକ କଥା ଖୋଲି କହିଛନ୍ତି ପ୍ରଦୀପ ମାଝୀ। ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #Politics #OdishaPolitics #PradeepMajhi #Politician #Interview #Odisha

Comment