ଓଡ଼ିଶାଲାଇଭ୍ ବ୍ୟୁରୋ

ପହଲଗାମ ନରସଂହାର ପରେ ପାକିସ୍ତାନ ବିରୋଧରେ ଗୋଟେ ପରେ ଗୋଟେ କଠୋର ପଦକ୍ଷେପ ଗ୍ରହଣ କରିଚାଲିଛି ଭାରତ। ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଆରମ୍ଭ କରାଯାଇଛି। ଚେନାବ ନଦୀ ଉପରେ ନିର୍ମିତ ବଗଲିହାର ଡ୍ୟାମ୍‌ର ଗେଟ୍ ବନ୍ଦ କରିଦେଇଛି ଭାରତ। ଫଳରେ ପାକିସ୍ତାନକୁ ପ୍ରବାହିତ ଚେନାବ ନଦୀର ଜଳସ୍ତର ପ୍ରଭାବିତ ହୋଇଛି।

ସେହିପରି ଝେଲମ୍ ନଦୀ ଉପରେ ନିର୍ମିତ କିଶନଗଙ୍ଗା ବନ୍ଧରେ ମଧ୍ୟ ସମାନ ପଦକ୍ଷେପ ନେବା ପାଇଁ ଯୋଜନା କରୁଛି ଭାରତ। ପାନୀୟ ଜଳ ଓ କୃଷି ପାଇଁ ସିନ୍ଧୁ ଜଳ ଚୁକ୍ତି ଉପରେ ପାକିସ୍ତାନ ନିର୍ଭରଶୀଳ। ପହଲଗାମ ଘଟଣା ପରେ ଏହି ଚୁକ୍ତିକୁ ସ୍ଥଗିତ ରଖିଛି ଭାରତ। ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ଏବେ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି ଭାରତ ଓ ପାକିସ୍ତାନ।

ତେବେ କାହାର ସାମରିକ ଶକ୍ତି କେତେ, ଜାଣିବା ପାଇଁ ନିମ୍ନରେ ଥିବା ଲିଙ୍କ ଉପରେ କ୍ଲିକ କରନ୍ତୁ।

Tags: #Pahalgam #Kashmir #JammuKashmir #Pakistan #industreaty

Comment