ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ୧୨ଟି ସ୍ଥାନରେ ଚାଲିଛି ସିଭିଲ ଡିଫେନ୍ସ ମକ୍ ଡ୍ରିଲ୍। ଭୁବନେଶ୍ଵର ସମେତ ଏହି ମକ୍ ଡ୍ରିଲ୍ ବାଲେଶ୍ୱର, କୋରାପୁଟ, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେରରେ କରାଯାଇଛି।
ଯୁଦ୍ଧ ସମୟରେ ବୋମା ବିସ୍ଫୋରଣ ତଥା ଅଗ୍ନିକାଣ୍ଡ ଭଳି ଘଟଣାର ପରବର୍ତ୍ତୀ ସମୟରେ କିଭଳି ମୁକାବିଲା କରାଯାଇପାରିବ ସେନେଇ ପୋଲିସ, ଅଗ୍ନିଶମ ବାହିନୀ, ଏନ୍ସିସି ଟିମ୍ ଏହି ଡ୍ରିଲ୍ରେ ଅଭ୍ୟାସ କରିଛନ୍ତି। ଏହାସହ ସାଧାରଣ ଲୋକ କିଭଳି ଯୁଦ୍ଧ ମୁକାବିଲା କରିବେ ସେ ନେଇ ସଚେତନ କରାଯାଇଛି।
Tags: #CivilDefence #MockDrill #Sirens #Bhubaneswar