ଓଡ଼ିଶାଲାଇଭ୍ ବ୍ୟୁରୋ
ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି ହିଟମ୍ୟାନ ରୋହିତ ଶର୍ମା। ବିସିସିଆଇ ପକ୍ଷରୁ ତାଙ୍କୁ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦରୁ ହଟାଯିବା ନେଇ ଖବର ଭାଇରାଲ ହେବାର କିଛି ସମୟ ମଧ୍ୟରେ ସେ ଏଥିରୁ ଅବସର ଘୋଷଣା କରିଛନ୍ତି।
୩୮ ବର୍ଷୀୟ ରୋହିତ ଶର୍ମା ୬୭ଟି ଟେଷ୍ଟ ମ୍ୟାଚରେ ୧୧୬ଟି ଇନିଂସ୍ ଖେଳି ୪,୩୦୨ ରନ କରିଛନ୍ତି। ତାଙ୍କ ଟେଷ୍ଟ କ୍ୟାରିୟରରେ ୧୨ ଶତକ ଏବଂ ୧୮ ଅର୍ଦ୍ଧଶତକ ସାମିଲ ରହିଛି। ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୨୧୨ ରନ।
୨୦୧୩ ମସିହା ନଭେମ୍ବର ୬ ତାରିଖରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ରୋହିତ। ୨୦୨୪ ଡିସେମ୍ବରରେ ଅଷ୍ଟ୍ରେଲିଆ ଟୁରରେ ସେ ନିଜ ଶେଷ ଟେଷ୍ଟ ମ୍ୟାଚ ଖେଳି ଥିଲେ।
୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିବା ପରେ ରୋହିତ୍ ଶର୍ମା ଟି-ଟ୍ୱେଣ୍ଟି ଫର୍ମାଟରୁ ଅବସର ଘୋଷଣା କରିଥିଲେ। ଟେଷ୍ଟରୁ ଅବସର ନେବାପରେ ଏବେ ତାଙ୍କୁ କେବଳ ୱାନଡେ ମ୍ୟାଚରେ ଦେଖିବାକୁ ମିଳିବ।
Tags: #RohitSharma #HitmanRetires #TestCricket #India


















