ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକୀୟ ଖ୍ରୀଷ୍ଟିଆନ ଧର୍ମଗୁରୁ ରବର୍ଟ ଫ୍ରାନସିସ ପ୍ରିଭୋଷ୍ଟ ଭାଟିକାନ ସିଟିର ୨୬୭ତମ ପୋପ୍ ଭାବେ ନିର୍ବାଚିତ ହୋଇଛନ୍ତି। ପୋପ୍ ଭାବେ ନିର୍ବାଚିତ ହେବାରେ ରବର୍ଟ ଫ୍ରାନସିସ ହେଉଛନ୍ତି ପ୍ରଥମ ଆମେରିକୀୟ।
୬୯ ବର୍ଷୀୟ ରବର୍ଟ ଫ୍ରାନସିସ ୧୯୫୫ ମସିହାରେ ଚିକାଗୋରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଆମେରିକା ଓ ପେରୁରେ ଦ୍ୱୈତ ନାଗରିକତ୍ୱ ରହିଛି। ପୂର୍ବରୁ ସେ ଭାଟିକାନ ସିଟିର ଡିକାଷ୍ଟେରୀ ଫର୍ ବିଶପ୍ସର ପ୍ରିଫେକ୍ଟ ଏବଂ ପଣ୍ଟିଫିକାଲ କମିଶନ ଫର୍ ଲାଟିନ ଆମେରିକାର ପ୍ରେସିଡେଣ୍ଟ ଭାବେ ୨୦୨୩ରୁ ଦାୟିତ୍ୱ ତୁଲାଇ ଥିଲେ।
ପ୍ରଶାସନିକ ଦକ୍ଷତା ଏବଂ ଲାଟିନ ଆମେରିକାରେ ମିଶନାରୀ କାର୍ଯ୍ୟକ୍ରମ ପାଇଁ ସେ ବେଶ୍ ଜଣାଶୁଣା। ସେ ୨୦୨୩ରେ ହିଁ କାର୍ଡିନାଲ ଭାବେ ଶପଥ ଗ୍ରହଣ କରିଥିଲେ। ୨୦୨୫ ଏପ୍ରିଲ ୨୧ରେ ପୋପ୍ ଫ୍ରାନ୍ସିସ୍ଙ୍କ ପରଲୋକ ପରେ ନୂଆ ପୋପ୍ ଭାବେ ନିର୍ବାଚିତ ହୋଇଛନ୍ତି ରବର୍ଟ ଫ୍ରାନସିସ ପ୍ରିଭୋଷ୍ଟ।
Tags: #PopeLeoXIV #RobertFrancisPrevost #FirstAmericanPope #Vatican #CatholicChurch