ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଆଇପିଏଲର କ୍ରେଜ୍ ସବୁଠୁ ଅଧିକ। ପ୍ରତି ମ୍ୟାଚରେ ହୁଏ ଛକା ଚଉକାର ବର୍ଷା। ତେବେ ମନକୁ ପ୍ରଶ୍ନ ଆସୁଥିବ ଆଇପିଏଲରେ ସବୁଠୁ ଅଧିକ ଛକା କିଏ ମାରିଛନ୍ତି?
ଆଇପିଏଲର ୧୭ ବର୍ଷର ଯାତ୍ରାରେ ସବୁଠାରୁ ଅଧିକ ଛକା ମାରିବାର ରେକର୍ଡ କରିଛନ୍ତି ୱେଷ୍ଟ ଇଣ୍ଡିଜ କ୍ରିକେଟର କ୍ରିସ୍ ଗେଲ୍। ୨୦୦୯ରୁ ୨୦୨୧ ପର୍ଯ୍ୟନ୍ତ ଆଇପିଏଲ କ୍ୟାରିୟରରେ ୧୪୨ଟି ମ୍ୟାଚ ଖେଳି ସେ ମାରିଛନ୍ତି ୩୫୭ଟି ଛକା।
କ୍ରିସ୍ ଗେଲଙ୍କ ପଛକୁ ରହିଛନ୍ତି ଭାରତର ରୋହିତ ଶର୍ମା। ଏ ଯାଏଁ ୨୬୮ଟି ଆଇପିଏଲ୍ ମ୍ୟାଚରେ ସେ ୨୯୭ଟି ଛକା ମାରିଛନ୍ତି। ସେହିପରି ୨୬୩ଟି ମ୍ୟାଚ ଖେଳି ୨୯୦ଟି ଛକା ମାରି ତୃତୀୟ ସ୍ଥାନରେ ରହିଛନ୍ତି ରନ ମାଷ୍ଟର ବିରାଟ କୋହଲି। ୨୬୩ଟି ଛକା ସହ ତାଙ୍କ ପଛକୁ ରହିଛନ୍ତି କ୍ୟାପଟେନ କୁଲ୍ ଏମ ଏସ ଧୋନି।
#IPL #HighestSixes #Cricket #sports


















