ଓଡ଼ିଶାଲାଇଭ୍ ବ୍ୟୁରୋ
ଚନ୍ଦନ ଯାତ୍ରା ବା ଚାପ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ ସ୍ଵତନ୍ତ୍ର ନୀତିକାନ୍ତିା ଏଥିପାଇଁ ଚଳଚଞ୍ଚଳ ହୋଇ ଉଠେ ଶ୍ରୀକ୍ଷେତ୍ର ପୁରୀ। ଚନ୍ଦନ ଯାତ୍ରା ପାଇଁ ସଜେଇ ହୁଏ ନରେନ୍ଦ୍ର ପୁଷ୍କରିଣୀ।
ପରମ୍ପରା ଅନୁଯାୟୀ, ଅକ୍ଷୟ ତୃତୀୟା ଦିନଠାରୁ ୨୧ ଦିନ ପର୍ଯ୍ୟନ୍ତ ମହାପ୍ରଭୁ ଜଳକ୍ରୀଡ଼ା କରିଥାନ୍ତି। ଏହାକୁ ବାହାର ଚନ୍ଦନ ଯାତ୍ରା ମଧ୍ୟ କୁହାଯାଏ।
ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ, ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀଙ୍କ ସମେତ ପଞ୍ଚୁପାଣ୍ଡବ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିଥାନ୍ତି।
କୁହାଯାଏ, ମହାପ୍ରଭୁଙ୍କ ଶରୀର ଗ୍ରୀଷ୍ମତାପରେ ଅସ୍ଥିର ହୁଏ। ତେଣୁ ତାପକୁ କମ କରିବା ପାଇଁ ଚନ୍ଦନ ବୋଳି ହୋଇ ଜଳଯାତ୍ରା କରନ୍ତି ମହାପ୍ରଭୁ।
ଚଳିତ ବର୍ଷ ଚନ୍ଦନ ଯାତ୍ରା ମେ’ ୨୧ ତାରିଖ ଯାଏଁ ଚାଲିବ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି।
Tags: #ShriJagannath #Puri #Shrikhetra #Chandanyatra