ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନ୍ ଓ ଭାରତ ବିଶ୍ୱର ଦୁଇଟି ବୃହତ୍ ଜନସଂଖ୍ୟା ବିଶିଷ୍ଟ ଦେଶ। ତେବେ ବିଶ୍ଵର ସବୁଠୁ ଛୋଟ ଦେଶ ହେଉଛି ଭାଟିକାନ୍ ସିଟି। ଏହା ଇଟାଲୀର ରାଜଧାନୀ ରୋମ୍ ମଧ୍ୟରେ ଅବସ୍ଥିତ।
୧୨୧ ଏକର ଜମିରେ ବିସ୍ତାର ଏହି ଦେଶର ଜନସଂଖ୍ୟା ୧୦୦୦ରୁ କମ। ଏହି ଦେଶ ବିଶ୍ୱର ରୋମାନ୍ କ୍ୟାଥୋଲିକ୍ଙ୍କ ପାଇଁ ସବୁଠାରୁ ପବିତ୍ର ସ୍ଥାନ ଭାବରେ ଜଣାଶୁଣା।
ଭାଟିକାନ୍ ସିଟି ୧୯୨୯ ମସିହାରେ ଏକ ସ୍ଵାଧୀନ ରାଷ୍ଟ୍ରର ମାନ୍ୟତା ପାଇଥିଲା। ଏହି ଦେଶର ସର୍ବୋଚ୍ଚ ଶାସକ ହେଉଛନ୍ତି ପୋପ୍। ଏଠାରେ ବ୍ୟବହାର ହେଉଥିବା ମୁଦ୍ରା ହେଉଛି ୟୁରୋ। ଭାଟିକାନ୍ ସିଟିରେ କୌଣସି ବିମାନବନ୍ଦର ନଥିବାବେଳେ ଏକ ହେଲିପୋର୍ଟ ଓ ଏକ ଛୋଟ ରେଳଷ୍ଟେସନ ରହିଛି।
Tags: #VaticanCity #WorldsSmallestCountry #factsandstats










