ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଆଜି ହେଉଛି ଓ୍ଵାର୍ଲ୍ଡ ହାଇପରଟେନସନ ଡେ’ ବା ବିଶ୍ଵ ଉଚ୍ଚ ରକ୍ତଚାପ ଦିବସ। ପ୍ରତିବର୍ଷ ମେ’ ୧୭ ତାରିଖକୁ ସମଗ୍ର ବିଶ୍ଵରେ ଏହି ଦିବସ ପାଳନ କରାଯାଉଛି। ରକ୍ତଚାପର ଭୟାବହତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି।
ଉଚ୍ଚ ରକ୍ତଚାପକୁ ସାଇଲେଣ୍ଟ କିଲର କହିଲେ ଅତ୍ୟୁକ୍ତି ହେବ ନାହିଁ। କାହିଁକି ନା ଏହାର କୌଣସି ଲକ୍ଷଣ ଦେଖାଯାଇନଥାଏ, କିନ୍ତୁ ଏହା ବିଭିନ୍ନ ରୋଗର କାରଣ ପାଲଟିଥାଏ। ଉଚ୍ଚ ରକ୍ତଚାପ ହାର୍ଟ ଆଟାକଠାରୁ ଆରମ୍ଭ କରି ଫୁସଫୁସ, କିଡ୍ନି, ଲିଭର ଆଦି ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ।
ତେବେ କେମିତି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବେ, କାହିଁକି ଉଚ୍ଚ ରକ୍ତଚାପ ହେଉଛି, ଏହାର ଜଟିଳତା କ’ଣ ଓ କିପରି ଏହାର ଚିକିତ୍ସା କରାଯାଏ, ସେ ସମ୍ପର୍କରେ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ କୁମାର ମିଶ୍ର ଏବଂ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ବିନୟ ଭୂଷଣ ବିଣାକାର କ’ଣ କହୁଛନ୍ତି ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #WorldHypertensionDay2025 #HighBloodPressure #HealthCare #OdiaHealthTips