ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ଓ୍ଵାର୍ଲ୍ଡ ହାଇପରଟେନସନ ଡେ’ ବା ବିଶ୍ଵ ଉଚ୍ଚ ରକ୍ତଚାପ ଦିବସ। ପ୍ରତିବର୍ଷ ମେ’ ୧୭ ତାରିଖକୁ ସମଗ୍ର ବିଶ୍ଵରେ ଏହି ଦିବସ ପାଳନ କରାଯାଉଛି। ରକ୍ତଚାପର ଭୟାବହତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି।

ଉଚ୍ଚ ରକ୍ତଚାପକୁ ସାଇଲେଣ୍ଟ କିଲର କହିଲେ ଅତ୍ୟୁକ୍ତି ହେବ ନାହିଁ। କାହିଁକି ନା ଏହାର କୌଣସି ଲକ୍ଷଣ ଦେଖାଯାଇନଥାଏ, କିନ୍ତୁ ଏହା ବିଭିନ୍ନ ରୋଗର କାରଣ ପାଲଟିଥାଏ। ଉଚ୍ଚ ରକ୍ତଚାପ ହାର୍ଟ ଆଟାକଠାରୁ ଆରମ୍ଭ କରି ଫୁସଫୁସ, କିଡ୍‌ନି, ଲିଭର ଆଦି ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ।

ଉଚ୍ଚ ରକ୍ତଚାପ ଥିଲେ ଡାଏଟ୍‌ର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଉଚ୍ଚ ରକ୍ତଚାପକୁ କଣ୍ଟ୍ରୋଲ କରିବାକୁ ହେଲେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଜାରୁରୀ।

ତେବେ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ କ’ଣ ରହିଛି ଡାଏଟ, ଉଚ୍ଚ ରକ୍ତଚାପ ଥିଲେ କେଉଁ ଖାଦ୍ୟ ଖାଇବେ କ’ଣ ନୁହେଁ, ଉଚ୍ଚ ରକ୍ତଚାପ ଥିଲେ କେତେ ପରିମାଣର ଲୁଣ ଖାଇପାରିବେ, ସେ ବିଷୟରେ ଡାଏଟିସିଆନ୍‌ ନିହାରିକା ଦାଶଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #WorldHypertensionDay2025 #HighBloodPressure #Diet #HealthCare #OdiaHealthTips

Comment