ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ଓ୍ଵାର୍ଲ୍ଡ ହାଇପରଟେନସନ ଡେ’ ବା ବିଶ୍ଵ ଉଚ୍ଚ ରକ୍ତଚାପ ଦିବସ। ପ୍ରତିବର୍ଷ ମେ’ ୧୭ ତାରିଖକୁ ସମଗ୍ର ବିଶ୍ଵରେ ଏହି ଦିବସ ପାଳନ କରାଯାଉଛି।

ଉଚ୍ଚ ରକ୍ତଚାପ ଏମିତି ଏକ ସମସ୍ୟା, ଯାହା ଫଳରେ ହାର୍ଟଆଟାକ୍, ହାର୍ଟ ଷ୍ଟ୍ରୋକ, କ୍ରୋନିକ କିଡନୀ ଡିଜିଜ ଏବଂ ହୃଷ୍ଟିହୀନ ଭଳି ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ। ହାଇପରଟେନସନ ବା ଉଚ୍ଚ ରକ୍ତଚାପର ଭୟାବହତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି।

୨୦୦୫ ମସିହା ମେ’ ୧୪ ତାରିଖରେ ଦ ଓ୍ଵାର୍ଲ୍ଡ ହାଇପରଟେନସନ ଲିଗର ସ୍ଥାପନା କରାଯାଇଥିଲା। ଏହା ପରେ ୨୦୦୬  ମେ’ ୧୭ ତାରିଖଠାରୁ ବିଶ୍ଵ ଉଚ୍ଚ ରକ୍ତଚାପ ଦିବସ ପାଳନ ଆରମ୍ଭ ହୋଇଥିଲା।

ଆମ ଶରୀରରେ ରକ୍ତ ସଞ୍ଚାଳନ ହେବା ପାଇଁ ହୃତପିଣ୍ଡରେ ରକ୍ତଚାପ ସୃଷ୍ଟି ହୋଇଥାଏ। ଶରୀରର କାର୍ଯ୍ୟ ଅନୁଯାୟୀ ଏହା ବଢ଼େ ଏବଂ କମେ। ତେବେ ଏହି ରକ୍ତଚାପ ଯଦି ବଢ଼ିବା ଅବସ୍ଥାରେ ରହିଯାଏ, ତେବେ ଏହା ଶରୀର ପାଇଁ ସତର୍କ ଘଣ୍ଟି।

ଉଚ୍ଚ ରକ୍ତଚାପ ହାର୍ଟ ଆଟାକଠାରୁ ଆରମ୍ଭ କରି ଫୁସଫୁସ, କିଡନି, ଲିଭର ଆଦି ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ। ତେବେ କେମିତି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା, ଉଚ୍ଚ ରକ୍ତଚାପର କାରଣ ଓ ଲକ୍ଷଣ କ’ଣ, କିପରି ଏହାର ଚିକିତ୍ସା କରାଯାଏ, ସେ ସମ୍ପର୍କରେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ବିନୟ ଭୂଷଣ ବିଣାକାରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #WorldHypertensionDay2025 #HighBloodPressure #HealthCare #OdiaHealthTips

Comment