ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପଞ୍ଚାୟତ ଉପନିର୍ବାଚନ ଲାଗି ଆସିଲା ତାରିଖ। ଆସନ୍ତା ଜୁନ ୨୩ ତାରିଖରେ ପଞ୍ଚାୟତ ଉପନିର୍ବାଚନ ପାଇଁ ପଡ଼ିବ ଭୋଟ୍। ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆସନ୍ତା ଜୁନ ୨୩ ତାରିଖରେ ୩ଟି ଜିଲ୍ଲାର ୫ଟି ପଞ୍ଚାୟତରେ ଜିଲ୍ଲାପରିଷଦ ପାଇଁ ମଧ୍ୟ ଉପନିର୍ବାଚନ ହେବ। ଏହା ସହ ୨୧ଟି ଜିଲ୍ଲାର ୪୩ଟି ସରପଞ୍ଚ ଓ ୨୭୨ଟି ଓ୍ଵାର୍ଡସଭ୍ୟ ପାଇଁ ଭୋଟ ପଡ଼ିବ।

ଆସନ୍ତା ମେ’ ୨୬, ୨୮, ୨୯, ୩୦ ଓ ୩୧ ତାରିଖରେ ପ୍ରାର୍ଥିପତ୍ର ଦାଖଲ ହେବ। ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲା ପାଇଁ ସମୟ ଧାର୍ଯ୍ୟ ହୋଇଛି। ସେହିପରି ଆସନ୍ତା ଜୁନ ୨ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଓ ୪ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି। ଏହା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଆସନ୍ତା ଜୁନ ୨୪ ତାରିଖ ସକାଳ ୮ଟାରେ ବ୍ଲକ କାର୍ଯ୍ୟାଳୟରେ ଭୋଟି ଗଣତି କରାଯିବ।

ଜୁନ ୪ ତାରିଖରୁ ଆଚରଣ ବିଧି ଲାଗୁ ହେବ। ଏନେ ନେଇ ମେ’ ୨୨ ତାରିଖରେ ନୋଟିସ ଜାରି ହେବ।

Tags: #Politics #OdishaPolitics #PanchayatByElection #Vote #Odisha

Comment