ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ପେନ ଆକାଶରେ ଗତ ୨୦୨୪ ଫେବ୍ରୁଆରି ୧୭ତାରିଖରେ ବିନା ପାଇଲଟରେ ଉଡ଼ୁଥିଲା ବିମାନ। ବିମାନଟିରେ ୧୯୯ ଜଣ ଯାତ୍ରୀ। ସ୍ପେନର ଦୁର୍ଘଟଣା ଯାଞ୍ଚ୍ ଏଜେନ୍ସି ସିଆଇଏଆଇଏସି ବର୍ତ୍ତମାନ ଏହା ସ୍ପଷ୍ଟ କରିଛି।

୨୦୨୪ ଫେବ୍ରୁଆରି ୧୭ ତାରିଖରେ ଲୁଫ୍‌ଥାନ୍‌ସା ଏୟାରଲାଇନ୍ସର ବିମାନରେ ଘଟିଥିଲା ଏମିତି ଏକ ଘଟଣା। ବିମାନଟି ଜର୍ମାନୀର ଫ୍ରାଙ୍କଫର୍ଟରୁ ସ୍ପେନ ଯାଉଥିବା ସମୟରେ ମଝି ଆକାଶରେ ଜଣେ ପାଇଲଟ ବିମାନକୁ ଅଟୋପାଇଲଟ ମୋଡରେ ରଖି ଟଏଲେଟ ଯାଇଥିଲେ। ଏହି ସମୟରେ କୋ-ପାଇଲଟ ଏକାକୀ କକ୍‌ପିଟ୍‌ରେ ଥିବା ସମୟରେ ହଠାତ୍ ଚେତାଶୂନ୍ୟ ହୋଇପଡ଼ିଥିଲେ। ଅନ୍ୟ ପାଇଲଟ ଜଣକ ନଥିବାରୁ ବିନା ପାଇଲଟରେ ବିମାନଟି ଉଡ଼ୁଥିଲା।

ପ୍ରାୟ ୧୦ ମିନିଟ ପରେ ପାଇଲଟ ଜଣକ କ୍ୟାବିନକୁ ଆସିଥିଲେ। କିନ୍ତୁ କ୍ୟାବିନ ଗେଟ ଖୋଲି ନ ଥିଲା। କିଛି ସମୟ ପରେ କୋ-ପାଇଲଟଙ୍କ ଚେତା ଫେରିଥିଲା। ସେ ଉଠିବା ପରେ ଗେଟ ଖୋଲିବାରୁ ଅନ୍ୟ ପାଇଲଟ ଭିତରକୁ ପ୍ରବେଶ କରିଥିଲେ।

Tags: #Lufthansa #Pilot #CIAIACReport #Spain

Comment