ଓଡ଼ିଶାଲାଇଭ ବ୍ୟୁରୋcourtesy - zee news

ବିମାନ ଏନ-୩୨ ଓ ତାହାର ପାଇଲଟ ଆଶିଷ ତୱରଙ୍କ ନିଖୋଜକୁ ୭୨ ଘଣ୍ଟାରୁ ଅଧିକ ବିତିଥିଲେ ବି ଏଯାଏଁ ସେମାନଙ୍କ ବାବଦରେ କୌଣସି ସୂଚନା ମିଳିପାରିନାହିଁ। ତେବେ ଏବେ ଯେଉଁ ଖବର ଆସୁଛି ତାହା ସତରେ କେହି ବି ଶୁଣିଲେ ଟିକେ ସମୟ ପାଇଁ ରହିଯିବ।

ଯେତେବେଳେ ଆଶିଷ ବିମାନରେ ଉଡ଼ାଣ ଭରିଥିଲେ ସେତେବେଳେ ତାଙ୍କ ବିମାନରେ ରାଡାରରୁ ସମ୍ପର୍କ ଛିନ୍ନ ହୋଇଥିଲା ସେବେଠୁ ସେ ନିଖୋଜ ଅଛନ୍ତି। ତାଙ୍କ ପତ୍ନୀ ସନ୍ଧ୍ୟା ବାୟୁସେନାର ରାଡାର ଅପରେଟର ପଦବୀରେ କାମ କରନ୍ତି। ସଂଯୋଗବଶତଃ ଯେତେବେଳେ ଆଶିଷ ଚଲାଉଥିବା ବିମାନ ନିଖୋଜ ହୋଇଥିଲା ସେତେବେଳେ ତାଙ୍କ ପତ୍ନୀ ଭାରତୀୟ ବାୟୁସେନାର ଏୟାର ଟ୍ରାଫିକ୍ କଣ୍ଟୋଲ ରୁମରେ ଡ୍ୟୁଟିରେ ଥିଲେ। ସେତେବେଳର ସେହି ଦୃଷ୍ୟକୁ ତାଙ୍କ ପତ୍ନୀ ଅତି ପାଖରୁ ଦେଖିଥିବେ।

ଗତ ୩ ଦିନ ହେବ ଆଶିଷଙ୍କ ବାବଦରେ କୌଣସି ଖବର ନାହିଁ। ସ୍ଵାମୀ ଓ ପୁଅକୁ ଝୁରିଝୁରି ଯେମିତି ତାଙ୍କ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି। ସେପଟେ ପାଇଲଟଙ୍କ ମା’ ତାଙ୍କ ପୁଅକୁ ଜଲ୍‌ଦି ତାଙ୍କ ପାଖକୁ ଫେରେଇ ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି। କେବଳ ଆଶିଷଙ୍କ ପରିବାର ନୁହଁ ପୂରା ଦେଶ ଏବେ ଅପେକ୍ଷା କରିଛି କେତେ ଶିଘ୍ର ପାଇଲଟ ଓ ବିମାନ ବାବଦରେ ସୂଚନା ମିଳୁଛି। ଅନ୍ୟପଟେ ସରକାରଙ୍କ ତରଫରୁ ବିମାନ ଓ ପାଇଲଟଙ୍କୁ ଖୋଜିବାକୁ ପ୍ରୟାସ ଜାରି ରହିଛି।

Comment