ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦେଶରେ ଦିନକୁ ଦିନ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଗୋଟିଏ ଖବର ଏବେ ସମସ୍ତଙ୍କ ହୋସ୍ ଉଡାଇ ଦେଇଛି। ଏୟାର ଇଣ୍ଡିଆର ୫ ଜଣ ପାଇଲଟ୍ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ଏହି ପାଇଲଟମାନେ ନିକଟରେ କାର୍ଗୋ ବିମାନ ଧରି ଚୀନକୁ ଯାଇଥିଲେ। ଏହାପରେ ସେମାନେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ଏହି ୫ ଜଣ ପାଇଲଟ ମୁମ୍ବାଇରେ ଅଛନ୍ତି ଏବଂ ସେମାନଙ୍କୁ ଉଚିତ୍ ମେଡିକାଲ୍ ସୁବିଧା ଯୋଗାଇ ଦିଆଯାଉଛି ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।

ଉଡ଼ାଣ ଭରିବା ପୂର୍ବରୁ ହେଉଥିବା ମେଡିକାଲ୍ ଚେକଅପରେ ଏମାନେ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କର ମେଡିକାଲ୍ ଚିକିତ୍ସା କରିବା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବର୍ତ୍ତମାନ ବନ୍ଦେ ଭାରତ ମିଶନରେ ବିଦେଶରେ ଫସି ରହିଥିବା ଲୋକଙ୍କୁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଭାରତ ଫେରାଇ ଅଣାଯାଉଛି। ଏଭଳି ସମୟରେ ପାଇଲଟମାନଙ୍କର କରୋନା ପଜିଟିଭ୍ ଖବର ସମସ୍ତଙ୍କୁ ଚିନ୍ତାରେ ପକାଇଛି।

Comment