ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ସାରାଦେଶରେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ କାହାଣୀ। ସବୁଠି ତାଙ୍କର ପ୍ରଶଂସା। ସମସ୍ତେ ଅଭିନନ୍ଦନଙ୍କୁ ଶୁଭେଛା ଜଣାଉଛନ୍ତି।

ଏହାଭିତରେ ପ୍ରତିପକ୍ଷଙ୍କ ଘରେ ଅର୍ଥାତ ପାକିସ୍ତାନରେ ଶୋକର ଛାୟା, ପାକିସ୍ତାନ ଲଜ୍ଜାରେ ଯେମିତି ନତମସ୍ତକ। ଅଭିନନ୍ଦନଙ୍କ ଆକ୍ରମଣରେ ଧ୍ଵଂସ ପାଇଥିବା ପାକିସ୍ତାନୀ ଯୁଦ୍ଧବିମାନ ଏଫ-୧୬ର ପାଇଲଟ୍‌ ଥିଲେ ସାହଜାଜ୍‌ ଉଦ୍‌ ଦିନ୍‌।

ଫେବ୍ରୁଆରି ୨୭ରେ ପାକିସ୍ତାନର କିଛି ଯୁଦ୍ଧବିମାନ ଭାରତର ସେନା ଶିବିରକୁ ଆକ୍ରମଣ କରିବା ଲାଗି ଆସିଥିଲା। ଯାହାକୁ ପ୍ରତି ଉତ୍ତର ଦେଇ ଭାରତୀୟ ବାୟୁସେନାର ୮ଟି ଯୁଦ୍ଧବିମାନ ଏହାକୁ ଘଉଡାଇଦେଇଥିଲେ।

ମିଗ୍‌ ୨୧ବିମାନକୁ ଉଡ଼ାଇ ୩୪ବର୍ଷିୟ ଅଭିନନ୍ଦନ ସେମାନଙ୍କୁ ଆକ୍ରମଣ କରି ଏଫ-୧୬କୁ ଧ୍ଵଂସ କରିଦେଇଥିଲେ।abhinandan

ଏହି ଘଟଣା ପରେ ଉଭୟ ଏଫ-୧୬ ଓ ମିଗ୍‌-୨୧ ବିମାନର ପାଇଲଟ୍‌ ଆହତ ହୋଇଥିଲେ। ଅଭିନନ୍ଦନଙ୍କୁ ପାକିସ୍ତାନୀ ସେନା ଉଦ୍ଧାର କରିଥିବାବେଳେ ଆହତ ଅବସ୍ଥାରେ ଏଫ-୧୬ର ପାଇଲଟ ସାହଜାଜ୍‌କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଅଭିନନ୍ଦନଙ୍କ ପରି ସାହଜାଜ୍‌ଙ୍କୁ ବି ସ୍ଥାନୀୟ ଲୋକ ଆକ୍ରମଣ କରିଥିବା କିଛି ପାକିସ୍ତାନ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଇଥିଲା। ସେଠାରୁ ସାହଜାଜ୍‌ଙ୍କୁ ସେନା ଅଧିକାରୀ ଉଦ୍ଧାର କରିଥିଲେ।

ସାହାଜାଜ୍‌ ଚିକିତ୍ସାର ଗୋଟିଏ ଦିନ ପରେ ମୃତ୍ୟୁବରଣ କରିଥିଲେ। ଅଭିନନ୍ଦନ ଓ ସାହଜାଜ୍‌ ଗୋଟିଏ ପାହ୍ୟାର ଅଫିସର। ଦୁଇଜଣ ଯାକ ବାୟୁସେନାର ୱିଙ୍ଗ କମାଣ୍ଡର। ସାହଜାଜ୍‌ଙ୍କ ବାପା ବି ପାକ୍‌ ବାୟୁସେନାର ଏୟାର ମାର୍ଶାଲ କାମ କରିସାରିଛନ୍ତି। ସାହାଜାଜ୍‌ଙ୍କୁ ହରାଇ ଏବେ ତାଙ୍କ ପରିବାର ସମେତ ପାକିସ୍ତାନରେ ବି ଶୋକରଛାୟା।

Comment