ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଆର୍ ଆଣ୍ଡ ବି ଡିଭିଜନର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀ। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସୁଶାନ୍ତ ସେଠୀଙ୍କର ନୂଆପଡ଼ା, ଭୁବନେଶ୍ଵର ଓ ପିପିଲି ସମେତ ୮ଟି ସ୍ଥାନରେ ଏକକାଳୀନ ଚଢ଼ଉ କରୁଛି ଭିଜିଲାନ୍ସ।

କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ ଭୁବନେଶ୍ଵର ଲିଙ୍ଗିପୁରଠାରେ ଥିବା ତିନି ମହଲା ବିଶିଷ୍ଟ କୋଠା, ଅନ୍ୟ ଏକ ନିର୍ମାଣାଧୀନ କୋଠା, ବ୍ରିଟ କଲୋନୀରେ ଥିବା ସମ୍ପର୍କୀୟଙ୍କ ଘର, ସହଯୋଗୀଙ୍କ ଘର, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ କାର୍ଯ୍ୟାଳୟ, ସରକାରୀ ବାସଭବନ ଏବଂ ପିପିଲିରେ ଥିବା ଫାର୍ମ ହାଉସ ଆଦି ୮ଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି ରହିଛି।

ପୂର୍ବରୁ ସୁଶାନ୍ତ ସେଠୀଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପର୍ତ୍ତି ଠୁଳ କରିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏହି ଅଭିଯୋଗ ଆଧାରରେ ଚଢ଼ଉ କରାଯାଇଛି। ଚଢ଼ଉରେ ୭ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି। ଚଢ଼ଉ ଶେଷ ହେବା ପରେ ସୁଶାନ୍ତ ସେଠୀଙ୍କ ସମ୍ପତ୍ତି ସମ୍ପର୍କରେ ଜଣାପଡ଼ିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Tags: #VigilanceRaid #R&BDepartment #Nuapada #SushantSethi #Odisha

Comment