ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ବର ୧୧ରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ। ଅକ୍ଟୋବର ୧୫ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ନୂଆପଡ଼ା ଉପନିର୍ବାଚନ ଲାଗି କଂଗ୍ରେସ ସର୍ବପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ପ୍ରାର୍ଥିପତ୍ର ଦାଖଲ କରିବାରେ ମଧ୍ୟ ଆଗରେ ରହିଛି।

ନୂଆପଡ଼ାର ଜଣେ ଟାଣୁଆ ନେତା ହେଉଛନ୍ତି ଘାସିରାମ ମାଝୀ। ୨୦୨୪ ସାଧାରଣ ନିର୍ବାଚନ ସମୟରେ କଂଗ୍ରେସ ଟିକେଟ ନଦେବାରୁ ସେ ସ୍ଵାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ଦ୍ଵିତୀୟ ସ୍ଥାନରେ ରହିଥିଲେ। ପରବର୍ତ୍ତୀ ସମୟରେ ସେ ପୁଣି କଂଗ୍ରେସକୁ ଫେରିଥିଲେ।

ଗତ ସେପ୍ଟେମ୍ବର ୮ ତାରିଖରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ପରଲୋକ ଘଟିଥିଲା। ଖାଲି ପଡ଼ିଥିବା ଏହି  ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି।

Tags: #Politics #NuapadaPolitics #GhasiramMajhi #NuapadaAssemblyByElection

Comment