ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଶିମିଳିପାଳ ପାଦଦେଶ କିରିକିଚିପାଳ ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବାରହା ମାଂସ ଜବତ କରିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୌତମ ଦାସ ଓ ସଞ୍ଜୟ ଦାସ।

କିରିକିଚିପାଳ ଗ୍ରାମର କିଛି ଶିକାରୀ ଗୋଟିଏ ବାରହା ଶିକାର କରି ମାଂସ ବିକ୍ରି କରିବା ସହ ଭାଗ ବାଣ୍ଟି ନେଇଥିଲେ। ଗାଁରେ ବାରହା ମାଂସ ରୋଷେଇ ହେଉଥିବା ବନ ବିଭାଗ ନିକଟରେ ଖବର ପହଞ୍ଚିଥିଲା। ସଙ୍ଗେ ସଙ୍ଗେ ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ଅଭିଯୁକ୍ତ ଗୌତମ ଦାସ ଓ ସଞ୍ଜୟ ଦାସଙ୍କ ଘରେ ଚଢ଼ଉ କରିବା ସମୟରେ ବାରହା ମାଂସ ରନ୍ଧା ହେଉଥିବା ଜଣାପଡ଼ିଥିଲା।

ବନ ବିଭାଗ କର୍ମଚାରୀ ଅଧାରନ୍ଧା ମାଂସ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଅଭିଯୁକ୍ତମାନଙ୍କ ଘରୁ ଧନୁ, ତୀର, ପନିକି, ଛୁରୀ, ଖୁସୁଣୀ, କଡ଼ା, ବଟକରା ଏବଂ  ପଲିଥିନ ଆଦି ଜବତ କରାଯାଇଛି।

ଏହି ଚଢ଼ାଉରେ ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରା, ବନପାଳ ବନ୍ଦନା ମହାନ୍ତ, ବିଦ୍ୟାଧର ମହାନ୍ତ, ବନରକ୍ଷୀ ସୁକାନ୍ତ ପଲେଇ, ଚିତ୍ତରଞ୍ଜନ ନାଏକଙ୍କ ସମେତ ସୁରକ୍ଷା କର୍ମୀ ସାମିଲ ଥିଲେ।

Tags: #WarthogMeat #Karanjia #Crime #Mayurbhaj

Warthog Meat, Karanjia, Crime, Mayurbhaj Two arrested with warthog meat in karanjia mayurbhanj odia news odisha news

Comment