ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ୱାସ୍ଥ୍ୟ ପରୀକ୍ଷା ହେବ ସହଜ। ଟିପ ଦେବା କ୍ଷଣି ବାହାରିଯିବ ହେଲଥ୍ ରିପୋର୍ଟ। ପୁରୀ ଜିଲ୍ଲା ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏହି ହେଲଥ୍ ଏଟିଏମର ଶୁଭାରମ୍ଭ ହୋଇଛି। ଏହାର ନାଁ ରହିଛି ‘ସ୍ଵୟମ ହେଲଥ୍ ଏଟିଏମ’। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ହେଲଥ୍ ଏଟିଏମ୍‌ର ଉଦଘାଟନ କରିଛନ୍ତି।

ଏହି ହେଲଥ୍ ଏଟିଏମ ଅତ୍ୟାଧୁନିକ ଜ୍ଞାନକୌଶଳରେ ତିଆରି। ଏଥିରେ ଲୋକେ ଟିପ ରଖିଲେ ସେମାନଙ୍କ ହୃଦରୋଗ, ମଧୁମେହ, କୋଲେଷ୍ଟ୍ରୋଲ, ରକ୍ତଚାପ ଭଳି ରୋଗର ପରୀକ୍ଷା ହୋଇ ସଙ୍ଗେ ସଙ୍ଗେ ରିପୋର୍ଟ ବାହାରିଯିବ।

ସ୍ଵୟମ ହେଲଥ୍ ଏଟିଏମରେ ରୋଗୀଙ୍କ ବ୍ୟକ୍ତିଗତ ପ୍ରୋଫାଇଲ ରହିପାରିବ। ଏହାକୁ ମୋବାଇଲ ଆପ୍ ମାଧ୍ୟମରେ ପରିଚାଳନା କରିହେବ। ରୋଗ ସମ୍ପର୍କିତ ସମସ୍ତ ତଥ୍ୟ ଏହି ଆପରେ ଷ୍ଟୋର ହୋଇ ରହିବ। ଏହା ସ୍ଵାସ୍ଥ୍ୟ ସେବା ପରିଚାଳନାକୁ ଅଧିକ ସହଜ କରିବ।

ଆଗକୁ ଏହିଭଳି ହେଲଥ୍ ଏଟିଏମ ଓଡ଼ିଶାର ସମସ୍ତ ଜିଲ୍ଲାର ସ୍ଵାସ୍ଥ୍ୟକେନ୍ଦ୍ରରେ ଲଗାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

Tags: #HealthATM #Puri #DeputyCMPravatiParida #Odisha

Comment