ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପିସିଓଏସ୍ ବା ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ ହେଉଛି ଏକ ହରମୋନ୍ ଜନିତ ସମସ୍ୟା। ବର୍ତ୍ତମାନ ସମୟରେ କିଶୋରୀଙ୍କଠାରୁ ଆରମ୍ଭ କରି ୪୦ ବର୍ଷର ମହିଳାଙ୍କ ପର୍ଯ୍ୟନ୍ତ ପିସିଓଏସ୍‌ ସମସ୍ୟା ଦେଖାଦେଉଛି।

ଏହି ସମସ୍ୟା ଥିଲେ ମହିଳାଙ୍କର ଋତୁଚକ୍ରରେ ଅନିୟମିତତା ହୁଏ, ବହୁତ ଦିନ ବା ମାସ ମାସ ପର୍ଯ୍ୟନ୍ତ ଋତୁସ୍ରାବ ବନ୍ଦ ହୋଇଯାଏ କିମ୍ବା ବହୁତ ଶୀଘ୍ର ଋତୁଚକ୍ର ହୋଇଥାଏ।

ତେବେ ପିରିୟଡ୍‌ରେ ଅନିୟମିତତା ହେବାର କାରଣ କ’ଣ, ପିସିଓଏସ୍‌ ଲକ୍ଷଣକୁ କେମିତି ଚିହ୍ନିବେ, ବର୍ତ୍ତମାନ ସମୟରେ କାହିଁକି ବଢ଼ୁଛି ପିସିଓଏସ୍‌ ସମସ୍ୟା, ପିସିଓଏସ୍‌କୁ ଚିହ୍ନିବା ପାଇଁ କେଉଁ ପରୀକ୍ଷା କରାଯାଏ, ପିସିଓଏସ୍‌ ସମସ୍ୟା କେମିତି ଭଲ ହେବ ଓ ପିସିଓଏସ୍‌ ସମସ୍ୟା ଥିଲେ କିଶୋରୀ ଓ ମହିଳାମାନେ କ’ଣ କରିବା ଉଚିତ୍, ସେ ବିଷୟରେ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସ୍ୱୀକୃତି ଜେନାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

ପିରିୟଡ୍‌ସ ସମୟରେ କିପରି ସ୍ଵଚ୍ଛତା ପ୍ରତି ଧ୍ୟାନ ରଖିବେ ତଥା ପିରିୟଡ୍‌ସ ସହ ଜଡ଼ିତ ସ୍ଵାସ୍ଥ୍ୟ ସମସ୍ୟା ପ୍ରତି ସଚେତନତା ସୃଷ୍ଟି କରିବା ଦିଗରେ ପ୍ରତି ବର୍ଷ ମେ’ ୨୮ ତାରିଖକୁ ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଭାବରେ ପାଳନ କରାଯାଉଛି।

ଏହି ଅବସରରେ ଆଇଏଫ୍‌ଆଇ ଫାଉଣ୍ଡେସନ (ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଅଭିଯାନର ଅଫିସିଆଲ୍ ପାର୍ଟନର) ସ୍ୱାସ୍ଥ୍ୟପ୍ଲସ୍‌ ନେଟ୍‌ଓ୍ୱର୍କ ଏବଂ ଓଡ଼ିଶାଲାଇଭ୍‌ ପକ୍ଷରୁ ଡିଜିଟାଲ ମିଡିଆ ଅଭିଯାନ ‘ଚାଲ ପରିୟଡ୍‌ସ ବିଷୟରେ କଥା ହେବା’ ଆରମ୍ଭ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ କଳିଙ୍ଗ ହସ୍ପିଟାଲ, ଭୁବନେଶ୍ୱର ଏବଂ ପାରାଦୀପ ଫସ୍‌ଫେଟ୍ସ ଲିମିଟେଡ୍‌ ପାର୍ଟନର ରହିଛନ୍ତି।

Tags: #MHDay2025 #LetsTalkPeriods #PeriodFriendlyWorld #MenstrualCycle #PCOS

Comment