ଓଡ଼ିଶାଲାଇଭ୍ ବ୍ୟୁରୋ

ଗାଜାରେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି କୁନି କୁନି ପିଲା। ୨୦୨୩ ଅକ୍ଟୋବରରୁ ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ୍ ଆକ୍ରମଣରେ ପ୍ରାୟ ୧୮ ହଜାର ପିଲାଙ୍କର ମୃତ୍ୟୁ ହୋଇଥିବା ଗାଜା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସେମାନଙ୍କ ମଧ୍ୟରେ ପରେ ୧୦୦୦ ପିଲାଙ୍କ ବୟସ ବର୍ଷକରୁ କମ ହେବ। ତେବେ ଇସ୍ରାଏଲ୍ ଆକ୍ରମଣରୁ ରକ୍ଷା ମିଳିଗଲେ କଲବଲ କରୁଛି ଭୋକ।

ମିଳିତ ଜାତିସଂଘ ମାନବ ଅଧିକାର କମିଶନର ସୂଚନା ଅନୁସାରେ, ଇସ୍ରାଏଲ୍ ୧୧ ସପ୍ତାହ ହେବ ଗାଜାକୁ ଆସୁଥିବା ମାନବୀୟ ସହାୟତା ଅବରୋଧ କରିଛନ୍ତି। ଫଳରେ ଗାଜାରେ ଖାଦ୍ୟ ସଂକଟ ଭୟାବହ ସ୍ତରରେ ପହଞ୍ଚିଛି। ୫୦ରୁ ଅଧିକ ପିଲା ଭୋକରେ ଜୀବନ ହରାଇଥିବା ବେଳେ ଅନେକଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରେ ଲାଗିଛି।

ଗାଜାରେ ୯୦ ପ୍ରତିଶତ ପିଲା ଓ ଗର୍ଭବତୀ ମହିଳାଙ୍କୁ ଆବଶ୍ୟକ ପୋଷଣ ମିଳିପାରୁନି। ଏପରି ସ୍ଥିତି ଜାରି ରହିଲେ ଆଗକୁ ଆହୁରି ଅନେକ ପିଲା ମୃତ୍ୟୁ ମୁଖରେ ପଡ଼ିବାର ଆଶଙ୍କା କରାଯାଉଛି।

Tags: #GAZA #FoodCrisis #Children #IsraelHamasWar

Comment