ଓଡ଼ିଶାଲାଇଭ୍ ବ୍ୟୁରୋ
ଗାଜାରେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି କୁନି କୁନି ପିଲା। ୨୦୨୩ ଅକ୍ଟୋବରରୁ ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ୍ ଆକ୍ରମଣରେ ପ୍ରାୟ ୧୮ ହଜାର ପିଲାଙ୍କର ମୃତ୍ୟୁ ହୋଇଥିବା ଗାଜା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସେମାନଙ୍କ ମଧ୍ୟରେ ପରେ ୧,୦୦୦ ପିଲାଙ୍କ ବୟସ ବର୍ଷକରୁ କମ ହେବ।
ଇସ୍ରାଏଲ୍ ଆକ୍ରମଣରୁ ରକ୍ଷା ମିଳିଥିଲେ ହେଁ କଲବଲ କରୁଛି ଭୋକ।
ମିଳିତ ଜାତିସଂଘ ମାନବ ଅଧିକାର କମିଶନର ସୂଚନା ଅନୁସାରେ, ଇସ୍ରାଏଲ୍ ୧୧ ସପ୍ତାହ ହେବ ଗାଜାକୁ ଆସୁଥିବା ମାନବୀୟ ସହାୟତା ଅବରୋଧ କରିଛି। ଫଳରେ ଗାଜାରେ ଖାଦ୍ୟ ସଙ୍କଟ ଦେଖାଦେଇଛି। ୫୦ରୁ ଅଧିକ ପିଲା ଭୋକରେ ଜୀବନ ହରାଇଥିବା ବେଳେ ଅନେକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି।
ଗାଜାରେ ୯୦ ପ୍ରତିଶତ ପିଲା ଓ ଗର୍ଭବତୀ ମହିଳାଙ୍କୁ ଆବଶ୍ୟକ ପୋଷଣ ମିଳିପାରୁ ନାହିଁ। ଏପରି ସ୍ଥିତି ଜାରି ରହିଲେ ଆଗକୁ ଆହୁରି ଅନେକ ପିଲା ମୃତ୍ୟୁ ମୁଖରେ ପଡ଼ିବାର ସମ୍ଭାବନା ରହିଛି।
Tags: #GAZA #FoodCrisis #Children #IsraelHamasWar