ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ଟେକ୍ସାସରେ ମେ’ ୨୯ ଓ ୩୦ ତାରିଖରେ ଆୟୋଜିତ ହେବାକୁ ଯାଉଛି ଆଇଏସଏଫ୍ ଗ୍ଲୋବାଲ ଜୁନିକର୍ଣ୍ଣ ଆଣ୍ଡ ଏଆଇ ସମିଟ୍ ୨୦୨୫। ଏଥିରେ ଭାଗନେବେ ଓଡ଼ିଶାର ୮ ଜଣ ପ୍ରତିଭାବାନ ଛାତ୍ର। ସେମାନଙ୍କ ମଧ୍ୟରେ ରହିଛନ୍ତି ନିମାପଡ଼ାର ସାଇ ସତ୍ୟମ ପ୍ରଧାନ। ସେ ସୋ-ବା-ଡି ନାମରେ ଏକ ସେଲ୍ଫ ଚାର୍ଜିଂ ଇଲେକ୍ଟ୍ରିକ କାର ବିକଶିତ କରିଛନ୍ତି।
ସୋ-ବା-ଡିର ଅର୍ଥ ହେଉଛି ସେଲ୍ଫ୍ ଅପଟିମାଇଜଡ୍ ବ୍ୟାଟେରୀ ଡ୍ରିଭେନ୍ ଅଟୋନମସ୍ ୟାର୍ଡ। ଅର୍ଥାତ୍ ଏହି କାର ଚାଲିବାବେଳେ ସୋଲାର, ଓ୍ବିଣ୍ଡ ଓ ମୋସନ୍ ଏନର୍ଜିରୁ ଅଟୋମେଟିକ୍ ଚାର୍ଜ ହୋଇପାରବ।
କଟକର ଭୁବନାନନ୍ଦ ସ୍କୁଲ ଅଫ୍ ଇଞ୍ଜିନିୟରିଂରେ ପଢୁଛନ୍ତି ସାଇ ସତ୍ୟମ। ଭବିଷ୍ୟତରେ ଜଣେ ଭଲ ଇଞ୍ଜିନିୟର ହେବାକୁ ସେ ଲକ୍ଷ୍ୟ ରଖିଛନ୍ତି।
Tags: #SelfChargingEV #OdishaStudent #Innovation #JunicornSummit













