ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକସ୍ଥିତ ଜାତୀୟ ଆଇନ୍‌ ବିଶ୍ୱବିଦ୍ୟାଳୟ(ଏନ୍‌ଏଲ୍‌ୟୁ)ରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷିତ ରହିବ। ଉଭୟ ସ୍ନାତକ ଏବଂ ସ୍ନାତକତ୍ତୋର ପାଠ୍ୟକ୍ରମ ପାଇଁ ଏହି ସଂରକ୍ଷଣ ରହିବ। ଶନିବାର ଏନେଇ ଏନ୍‌ଏଲ୍‌ୟୁ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଓଡ଼ିଆ ପିଲାଙ୍କ ସଂରକ୍ଷଣ ପାଇଁ ନିକଟରେ ରାଜ୍ୟ ସରକାର ଏନ୍‌ଏଲ୍‌ୟୁକୁ ଚିଠି ଲେଖିଥିଲେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଚିଠି ଆସିବା ପରେ ଶନିବାର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବୈଠକ ଡକାଇଥିଲା। ବୈଠକରେ ଓଡ଼ିଆ ପିଲାଙ୍କ ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷିତ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଶିକ୍ଷାବର୍ଷଠାରୁ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ।

ଜାତୀୟ ଆଇନ୍‌ ବିଶ୍ୱବିଦ୍ୟାଳୟରେ ସ୍ନାତକ ପାଇଁ ପ୍ରାର୍ଥୀ ଦ୍ୱାଦଶ ଶ୍ରେଣୀରେ ୬୦ ପ୍ରତିଶତ ମାର୍କ ରଖି ପାସ୍ କରିଥିବା ଆବଶ୍ୟକ। ସେହିପରି ସ୍ନାତକୋତ୍ତର ଲାଗି ପ୍ରାର୍ଥୀଙ୍କୁ ସ୍ନାତକ କୋର୍ସ ଯଥା ବିଏଏଲ୍‌ଏଲ୍‌ବି, ବିବିଏଏଲ୍ଏଲ୍‌ବି, ଏଲ୍‌ଏଲ୍‌ବିରେ ୫୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/EtOfChgnkW29Y1l4hxTuDp

Comment